ସ୍ପେନ୍ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା, ରାନୀ ନେବେ ନେତୃତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ସ୍ପେନ୍ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା, ରାନୀ ନେବେ ନେତୃତ୍ୱ

Rani

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ପେନ୍ ଗସ୍ତ ପାଇଁ ଭାରତୀୟ ମହିଳା ହକି ଟିମ୍‌ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ୧୮ ଜଣିଆ ଟିମ୍ ଘୋଷଣା କରାଯାଇଛି। ରାନୀ ରାମ୍‌ପାଲ୍ ଟିମ୍‌ର ନେତୃତ୍ୱ ନେବେ। ଗୋଲ୍‌କିପର ସବିତାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଟିମ୍‌ରେ ରୀନା ଖୋଖର, ଦୀପ୍ ଗ୍ରେସ୍, ସଲିମା ଟେଟେ, ନିକ୍କି ପ୍ରଧାନ, ଗୁରଜିତ କୌର, ଶୁଶୀଲା ଚାନୁ ପୁଖରାମ୍ବା (ଡିଫେଣ୍ଡର୍ସ), ରଜନୀ ଇତିମାର୍‌ପୁ (ଗୋଲକିପର୍‌), ଲିଲିମା ମିଞ୍ଜ୍, କରିସ୍ମା ଯାଦବ, ସୋନିକା, ନେହା ଗୋୟଲ (ମିଡ୍‌ଫିଲ୍‌ଡରସ୍‌), ବନ୍ଦନ କଟାରିୟା, ନବନୀତ କୌର, ଲାଲ୍‌ରେସିଆମି, ଉଦିତା ଓ ନବଜୋତ କୌର (ଫରୱାର୍ଡସ୍‌) ସ୍ଥାନ ପାଇଛନ୍ତି।

୨୬ ତାରିଖରୁ ସ୍ପେନ୍‌ରେ ଖେଳ ଆରମ୍ଭ ହେବ। ଏଥିପାଇଁ ୨୪ ତାରିଖରେ ଟିମ୍ ସ୍ପେନ୍ ଗସ୍ତ କରିବ।

ଦଳ ସେଠାରେ ସ୍ପେନ୍ ସହିତ ୪ଟି ମ୍ୟାଚ୍ ଓ ଆୟାରଲ୍ୟାଣ୍ଡ ସହିତ ଦୁଇଟି ମ୍ୟାଚ୍ ଖେଳିବ।

ଏହି ଗସ୍ତ ପାଇଁ ସୁନୀତା ଲାକ୍ରା ଓ ନମିତା ଟୋପ୍ପୋଙ୍କ ଭଳି ଖେଳାଳିଙ୍କୁ ଟିମ୍‌ରେ ସାମିଲ କରାଯାଇନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ମୁଖ୍ୟ କୋଚ୍ କହିଛନ୍ତି।



from Odisha Reporter http://bit.ly/2FJyKCy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages