ବାପ୍‌ ବାପ୍‌ ହୋତା ହୈ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ବାପ୍‌ ବାପ୍‌ ହୋତା ହୈ…

dhoni

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ ଭାରତ ଜିତି ଯାଇଛି। ଭାରତ ୨-୧ରେ ଏହି ସିରିଜ୍‌କୁ ଜିତି ଇତିହାସ ରଚିଛି। କାରଣ ଏହା ପୂର୍ବରୁ କେବେ ବି ଭାରତ ଅଷ୍ଟ୍ରେଲିଆରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତି ନ ଥିଲା।

ଏହି ସିରିଜ୍‌ରେ ବ୍ୟାଟିଂରେ ଭାରତ ପକ୍ଷରୁ ସବୁଠୁ ଭଲ ଖେଳିଥିଲେ ୱିକେଟ୍ କିପର୍ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ସେ ସବୁ ମ୍ୟାଚ୍‌ରେ ୫୦ରୁ ଅଧିକ ରନ୍ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ସ ୫୧ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୫୫ ଓ ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଅପରାଜିତ ରହି ୮୭ ରନ୍ କରିଥିଲେ। ତିନିଟି ମ୍ୟାଚ୍‌ରୁ ସେ ମୋଟ୍‌ ୧୯୩ ରନ୍ କରି ‘ମ୍ୟାନ୍ ଅଫ୍‌ ଦ ସିରିଜ୍‌’ ହାତେଇ ଥିଲେ। ପ୍ରଥମ ମ୍ୟାଚ୍‌ରେ ଭାରତ ହାରି ଯାଇଥିଲା। ତେବେ ଶେଷ ଦୁଇଟି ମ୍ୟାଚ୍ ଜିତିଥିଲା।

ତୃତୀୟ ମ୍ୟାଚ୍‌କୁ ଜିତାଇବାରେ ଧୋନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚ୍‌ରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଧୋନି ତାଙ୍କ ପୁରୁଣା ଷ୍ଟାଇଲ୍‌ରେ ଖେଳିଥିଲେ ଓ ଦର୍ଶକଙ୍କ ମନ ଜିଣିଥିଲେ। ଏହି ମ୍ୟାଚ୍‌ରେ ତାଙ୍କ ଖେଳ ଦେଖିବା ପରେ ତାଙ୍କ ଫ୍ୟାନ୍‌ମାନେ କହୁଛନ୍ତି- ବାପ୍‌, ବାପ୍‌ ହୋତା ହୈ…।

ଟ୍ୱିଟରରେ ଧୋନିଙ୍କୁ ନେଇ ଏଭଳି ଅନେକ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଫ୍ୟାନ୍‌ମାନେ। ଜଣେ ଲେଖିଛନ୍ତି- ସେ ଟୁର୍ଣ୍ଣାମେଣ୍ଟରେ ଅଧିକ ରନ୍ କରିଛନ୍ତି। ବାପ୍ ବାପ୍ ହୋତା ହୈ। ଧୋନି… ଧୋନି…।

ଆଉ ଜଣେ ଲେଖିଛନ୍ତି, ଏହି ସିରିଜ୍‌ରେ ଫିଞ୍ଚଙ୍କୁ ଭୁବନେଶ୍ୱର କୁମାର ତିନି ଥର ଆଉଟ୍ କରିଥିଲେ। ସବୁ ମ୍ୟାଚ୍‌ରେ ରିଚାର୍ଡସନ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ ବିରାଟ କୋହଲି। ମାର୍ଶ ଓ ଖ୍ୱାଜା ସବୁ ମ୍ୟାଚ୍‌ରେ ୫୦ରୁ ଅଧିକ ରନ୍‌ର ପାର୍ଟନରସିପ୍‌ କରିଥିଲେ। ସେହିପରି ଧୋନି ତିନିଟି ଯାକ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ।

ଅନ୍ୟ ଜଣେ ଫ୍ୟାନ୍ ଲେଖିଛନ୍ତି, ୩ଟି ମ୍ୟାଚ୍‌ରେ ଲଗାତାର ୩ଟି ଅର୍ଦ୍ଧଶତକ। ତଥାପି ଲୋକେ ତାଙ୍କୁ ସମାଲୋଚନା କରିବାକୁ ବାଟ ଖୋଜୁଛନ୍ତି। ଜଣେ ଫ୍ୟାନ୍ ଲେଖିଛନ୍ତି ଧୋନିଙ୍କୁ ଘୃଣା କରୁଥିବା ଲୋକେ ଘରେ ଶୋଇପଡ଼ନ୍ତୁ। ସେମାନଙ୍କ ନିନ୍ଦାର ମୃତ୍ୟୁ ଘଟୁ।



from Odisha Reporter http://bit.ly/2MjfCwo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages