
ନୂଆଦିଲ୍ଲୀ: ରିଲାଏନ୍ସ କମ୍ୟୁନିକେସନ୍ ନାଁରେ ୫୫୦ କୋଟି ଋଣ ଆଣି ଫେରସ୍ତ ନ କରିବା ଏବେ ଏହାର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଅନୀଲ ଅମ୍ବାନୀଙ୍କୁ ଅଟକ ରଖିବା ପାଇଁ ନିବେଦନ କରି ଆଜି ସ୍ୱଦେଶ ଟେଲିକମ୍ ଇକ୍ୟୁପମେଣ୍ଟ କମ୍ପାନୀ ଏରିକ୍ସନ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ଶ୍ରୀ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରେଣ୍ଟିରେ ଏହି ୫୫୦ କୋଟି ଟଙ୍କାର ଋଣ ନେଇଥିଲେ। ଏବେ ସେ ବିଦେଶ ପଳାୟନ କରିବାକୁ ଯୋଜନା କରୁଥିବା ଆଶଙ୍କା କରି ଏରିକ୍ସନ୍ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କମ୍ପାନୀର ଓକିଲ କହିଛନ୍ତି।
ପୂର୍ବରୁ ମଧ୍ୟ ଏରିକ୍ସନ୍ ସମାନ ଆବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେତେବେଳେ ଶ୍ରୀ ଅମ୍ବାନୀ ଠିକ୍ ସମୟରେ ଋଣ ଶୁଝିବେ ବୋଲି କହିବାରୁ ସୁପ୍ରିମକୋର୍ଟ ତା’ଙ୍କୁ ତାଗିଦ୍ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।
ହେଲେ ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ନଥିବାରୁ ଏରିକସନ୍ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବୋଲି ଓକିଲ ସୂଚନା ଦେଇଛନ୍ତି। କୋର୍ଟ ଆସନ୍ତା ସୋମବାର ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।
ଯଦି ଅମ୍ବାନୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ହୋଇପାରେ। ସେହିପରି ଋଣ ପୈଠରେ ବିଳମ୍ବ ହେଲେ, ତାଙ୍କୁ ୧୨% ସୁଧରେ ଟଙ୍କା ପରିଶୋଧ ମଧ୍ୟ କରିବାକୁ ପଡ଼ିପାରେ।
from Odisha Reporter http://bit.ly/2RbE2h5
No comments:
Post a Comment