ସମସ୍ତଙ୍କୁ ସରକାରୀ ମେଡିକାଲ କଲେଜରେ ମାଗଣା ଚିକିତ୍ସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ସମସ୍ତଙ୍କୁ ସରକାରୀ ମେଡିକାଲ କଲେଜରେ ମାଗଣା ଚିକିତ୍ସା

Medical

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଫେବୃୟାରୀ ୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ପୂର୍ବରୁ ଏହି ସୁବିଧା କେବଳ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରଠୁ ଜିଲ୍ଲାସ୍ତରୀୟ ମୁଖ୍ୟ ହସ୍ପିଟାଲ ପର୍ଯ୍ୟନ୍ତ ସୀମିତ ଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ରିଲିଜ୍ ଅନୁସାରେ ଏହି ମାଗଣା ଚିକିତ୍ସା ସୁବିଧା ଉଭୟ ଏପିଏଲ ଓ ବିପିଏଲ ବର୍ଗର ଲୋକେ ପାଇବେ। ଏଥିପାଇଁ କୌଣସି ଆୟକର ପ୍ରମାଣପତ୍ର କିମ୍ବା ସ୍ଥାୟୀ ବାସିନ୍ଦାର ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ସମସ୍ତ ସରକାରୀ ମେଡିକାଲରେ ରୋଗୀଙ୍କୁ ମାଗଣାରେ ଆଇସିୟୁ, ସର୍ଜରୀ, ଓଟି ସୁବିଧା ଓ ବେଡ୍ ସୁବିଧା ମିଳିବ। ଏଥିନିମନ୍ତେ ରାଜ୍ୟ ବଜେଟରେ ଅତିରିକ୍ତ ଭାବେ ୧୦୦କୋଟି ଟଙ୍କାର ବଜେଟର ବ୍ୟବସ୍ଥା କରିଛନ୍ତି। ଏହାବ୍ୟତୀତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ୭୦ଲକ୍ଷ ପରିବାରକୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ।



from Odisha Reporter http://bit.ly/2QUxyOH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages