
ନୂଆଦିଲ୍ଲୀ: ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣି ସିବିଆଇ ଭଳି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାରେ କଳଙ୍କ ଲଗାଇଥିବା ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି।
ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ୍ କମିଟି ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଲୋକ ବର୍ମାଙ୍କୁ ପଦରୁ ବିଦା କରିଥିଲା। ଏବେ ସିବିଆଇର ନଂ୨ ରାକେଶ ଆସ୍ଥାନାଙ୍କୁ ମଧ୍ୟ ସିବିଆଇରୁ ହଟାଇ ଦିଆଯାଇଛି। ତାଙ୍କ ତୁରନ୍ତ ସିବିଆଇର ସମସ୍ତ ଦାୟିତ୍ୱରୁ ମୁକ୍ତି ଦିଆଯାଇଛି। ଶ୍ରୀ ଆସ୍ଥାନାଙ୍କ ସମେତ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମା, ଡେପୁଟି ଇନ୍ସପେକ୍ଟର ଜେନେରାଲ ଏମ୍କେ ସିହ୍ନା ଓ ଏସ୍ପି ଜୟନ୍ତ ନାୟକନଭାରେଙ୍କୁ ମଧ୍ୟ ସିବିଆଇରୁ ବାହାର କରି ଦିଆଯାଇଛି।
ଆଜି ସକାଳେ ସିଭିସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ସିବିଆଇର ଛବି କାହିଁକି କଳଙ୍କିତ ହୋଇଛି, ସେନେଇ ଦୀର୍ଘ ସମୟ ମାରାଥନ ଆଲୋଚନା ହୋଇଥିଲା। ଏହାପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଶ୍ରୀ ଆସ୍ଥାନାଙ୍କୁ ସିବିଆଇରୁ ହଟାଇ ଦିଆଯାଇଥିଲେ ହେଁ ତାଙ୍କୁ ବେସାମରିକ ବିମାନ ଚଳାଚଳ ବ୍ୟୁରୋକୁ ପଠାଯାଇଛି। ସେହିପରି ଏକେ ଶର୍ମା ସିଆରପିଏଫ୍ର ଏଡିଜି ହୋଇଛନ୍ତି। ଏମ୍କେ ସିହ୍ନାଙ୍କୁ ବ୍ୟୁରୋ ଅଫ୍ ପୁଲିସ୍ ରିସର୍ଚ୍ଚ ଓ ଡେଭଲପମେଣ୍ଟକୁ ପଠାଯାଇଛି। କିନ୍ତୁ ନାୟକନଭାରେଙ୍କୁ କେଉଁ ଦାୟିତ୍ୱ ମିଳିଛି ତାହା ଜଣାପଡ଼ିନାହିଁ।
ଶ୍ରୀ ଆସ୍ଥାନା ମାଂସ ମାଫିଆ ମୋଇନ୍ କ୍ୟୁରେସୀ ଘଟଣାରେ ଲାଞ୍ଚ ନେଇଥିବା ଅଭିଯୋଗ ଆସିବା ପରେ ସିବିଆଇ ତାଙ୍କ ନାଁରେ ଏଫ୍ଆଇଆର୍ ରୁଜୁ କରିଥିଲା। ସେହିପରି ଶ୍ରୀ ଆସ୍ଥାନା ସିବିଆଇ ମୁଖ୍ୟ ଶ୍ରୀ ବର୍ମାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ସିବିଆଇରେ ଉତ୍କଟ ବିବାଦ ସୃଷ୍ଟି ହୋଇଥିଲା।
from Odisha Reporter http://bit.ly/2Met3hb
No comments:
Post a Comment