
ଲକ୍ଷ୍ନୌ: ବିଜେପିକୁ ଟକ୍କର ଦେବାପାଇଁ ପୂର୍ବରୁ ଉପନିର୍ବାଚନରେ ହାତ ମିଶାଇ ସଫଳ ହୋଇଥିବା ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଶେଷରେ ଲୋକସଭା ନିର୍ବାଚନ ପାଇଁ ୫୦-୫୦ ଫର୍ମୁଲାରେ ହାତ ମିଶାଇଛନ୍ତି। କିନ୍ତୁ ଏହି ମେଣ୍ଟରେ ସାମିଲ ହେବାକୁ ଆଗ୍ରହୀ ଥିବା କଂଗ୍ରେସକୁ ଏଥିରୁ ବାଦ୍ ଦେଇଛନ୍ତି ଉତ୍ତରପ୍ରଦେଶ ରାଜନୀତିର ବୁଆ-ବବୁଆ କୁହାଯାଉଥିବା ମାୟାବତୀ ଏବଂ ଅଖିଲେଶ ଯାଦବ।
ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଜଣାଇଥିଲେ ମଧ୍ୟ ଏଥର ହାତକୁ ନା କହି ଅଖିଲେଶ କହିଛନ୍ତି, “କଂଗ୍ରେସ ସହିତ ମେଣ୍ଟ କଲେ ଆମକୁ ବିଶେଷ ଫାଇଦା ହେବାର ନାହିଁ। ଆମେ ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସକୁ ସମର୍ଥନ ଦେବାର ନାହିଁ।”
୮୦ଟି ଆସନରୁ ଏସ୍ପି ଓ ବିଏସ୍ପି ୩୮-୩୮ ଆସନ ଲଢ଼ିବେ ଏବଂ ଆରଏଲ୍ଡି ଓ କଂଗ୍ରେସ ପାଇଁ ୨ଟି ଲେଖାଏ ଆସନ ଛାଡ଼ିବେ। ରାହୁଲ ଗାନ୍ଧିଙ୍କ ଆସନ ଆମେଥି ଏବଂ ସୋନିଆ ଗାନ୍ଧିଙ୍କ ରାଏ ବରେଲିରେ ଏହି ମେଣ୍ଟ ଲଢ଼ିବନି ବୋଲି ଜଣାଯାଇଛି।
ମାୟାବତୀ ଏହି ମେଣ୍ଟ ବାବଦରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଥିଲେ। ଏପରିକି ଏସ୍ପି-ବିଏସ୍ପି ମେଣ୍ଟ ଭାଙ୍ଗିବାପରେ ଲକ୍ଷ୍ନୌ ଗେଷ୍ଟ ହାଉସ୍ରେ ମାୟାବତୀଙ୍କ ଉପରେ ଏସ୍ପି କର୍ମୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣର ଉଲ୍ଲେଖ କରିଥିଲେ। ଏହାର ପ୍ରତିକ୍ରିୟାରେ ମାୟାବତୀ କହିଛନ୍ତି, “ରାଷ୍ଟ୍ରର ସ୍ୱାର୍ଥ ପାଇଁ ଆମେ ଲକ୍ଷ୍ନୌ ଗେଷ୍ଟ ହାଉସ୍ ଘଟଣାକୁ ଭୁଲିଯିବାକୁ ଚାହୁଁଛୁ, ସେଥିପାଇଁ ଆମେ ଏକାଠି ହେଲୁ।” ଅନ୍ୟପକ୍ଷରେ ଏସ୍ପି ସୁପ୍ରିମୋ ଅଖିଲେଶ କହିଛନ୍ତି, “ମୁଁ ମୋ କର୍ମୀଙ୍କୁ କହିବାକୁ ଚାହେଁ, ମାୟାବତୀଙ୍କ ଅପମାନକୁ ମୁଁ ମୋ ପ୍ରତି ବ୍ୟକ୍ତିଗତ ଅପମାନ ବୋଲି ବିଛାର କରିବି।”
from Odisha Reporter http://bit.ly/2CcK4Dy
No comments:
Post a Comment