ଜଣେ ବ୍ୟକ୍ତିଙ୍କ ବିରୋଧରେ ସବୁ ବିରୋଧୀ ଏକାଠି ହୋଇଛନ୍ତି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଜଣେ ବ୍ୟକ୍ତିଙ୍କ ବିରୋଧରେ ସବୁ ବିରୋଧୀ ଏକାଠି ହୋଇଛନ୍ତି: ମୋଦି

ନୂଆଦିଲ୍ଲୀ: ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଆଜି ଉଦ୍‌ବୋଧନ ଦେଇ ଆଜି ପ୍ରଧାନମନ୍ତ୍ରୀ ତଥା ଦଳର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି କର୍ମୀଙ୍କୁ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ରଣା ଦେଇଛନ୍ତି। ଏଥିସହ ସେ କଂଗ୍ରେସ ଉପରେ ପୁଣିଥରେ ଜୋରଦାର ହମ୍‌ଲା କରିଛନ୍ତି।

ସେ କହିଛନ୍ତି, “ ବିଜେପି ଏକମାତ୍ର ଦଳ ଯିଏ ଦେଶକୁ ନୂଆ ଶିଖରକୁ ନେଇପାରିବ। ଏହି ସରକାର ଉପରେ ଏଯାଏ ଗୋଟିଏ ହେଲେ ବି ଦୁର୍ନୀତିର ଛିଟା ପଡ଼ିନାହିଁ। ଯଦି ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ, ତା’ହେଲେ ଦେଶର ରୂପରେଖ ଆଜି ଭିନ୍ନ ହୋଇଥାଆନ୍ତା। ଆମର ମୂଳମନ୍ତ୍ର ହେଉଛି ବିକାଶ।

ସାଧାରଣ ବର୍ଗର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯେଉଁ ୧୦% ସଂରକ୍ଷଣ ବ୍ୟବସ୍ଥା ହୋଇଛି, ତାହା ଭାରତର ସମ୍ବିଧାନକୁ ଦୃଷ୍ଟିରେ ରଖି କରାଯାଇଛି।”

କଂଗ୍ରେସକୁ ଟାର୍ଗେଟ କରି ଶ୍ରୀ ମୋଦି କହିଛନ୍ତି, “ ଦେଶ ତା’ର ମହତ୍ତ୍ୱପୂର୍ଣ୍ଣ ୧୦ ବର୍ଷ ହରାଇଛି। ଏ ସରକାର ବେଳେ କୌଣସି ଯୋଜନା ମୋ ନାଁରେ ହୋଇନାହିଁ। ୨୦୧୪ ପୂର୍ବରୁ ଲୋକଙ୍କ ଟଙ୍କା ବ୍ୟକ୍ତିଗତ ସମ୍ପତ୍ତି ଭଳି ଖର୍ଚ୍ଚ କରାଯାଉଥିଲା ଏବଂ କେବଳ ଦୁର୍ନୀତିଗ୍ରସ୍ତଙ୍କୁ ସହଜରେ ଋଣ ଦିଆଯାଉଥିଲା। କଂଗ୍ରେସଠାରୁ ଦୂରେଇ ଯାଇଥିବା ଦଳଗୁଡ଼ିକ ଏବେ ବିଜେପିକୁ କାଉଣ୍ଟର କରିବାକୁ ସେହି କଂଗ୍ରେସ ସହ ହାତ ମିଳାଇବାକୁ ଆସିଛନ୍ତି। ଦେଶ ଇତିହାସରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତିଙ୍କ ବିରୋଧୀରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇଛନ୍ତି।”

ସିବିଆଇ ଉପରେ ବିଭିନ୍ନ ରାଜ୍ୟରେ କଟକଣା ଲଗାଯାଉଥିବାରୁ ଏହାକୁ ନେଇ ମୋଦି ନିଜର ମତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଏବେ କିଛି ରାଜ୍ୟରେ ସିବିଆଇକୁ ଡରି, ତା’ ଉପରେ କଟକଣା ଲଗାଯାଉଛି। ମୁଁ ୧୨ ବର୍ଷ କାଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ କଂଗ୍ରେସ ଅନେକ ଥର ମୋତେ ହଇରାଣ କରିବାକୁ ଚେଷ୍ଟା କରିଛି।

ପୂର୍ବ କଂଗ୍ରେସ ସରକାରଙ୍କ ଗୋଟିଏ ଲକ୍ଷ୍ୟ ଥିଲା ମୋଦିଙ୍କୁ ସମସ୍ୟାରେ ପକାଇବା। ମୁଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ତଦନ୍ତକାରୀ ସଂସ୍ଥା ମୋତେ ୯ ଘଣ୍ଟାକାଳ ଅଟକ ରଖି ଜେରା କରିଥିଲା। କିନ୍ତୁ କଂଗ୍ରେସର ପ୍ରଥମ ପରିବାର ଆଇନ୍‌ରୁ ଉପରେ ଏବଂ କୋର୍ଟ ସମନ ପରେ ମଧ୍ୟ ସେମାନେ ହାଜର ହେଉନାହାନ୍ତି।

କଂଗ୍ରେସ ସିବିଆଇକୁ ଲଗାଇ ୧୨ ବର୍ଷ କାଳ ଆମକୁ ହଇରାଣ କରିଥିଲା। ତଥାପି ଆମେ ସିବିଆଇ ଉପରେ ରୋକ ଲଗାଇ ନଥିଲୁ। କିନ୍ତୁ କଂଗ୍ରେସ ସିବିଆଇ ଉପରେ କଟକଣା ଲଗାଉଛି।”



from Odisha Reporter http://bit.ly/2D2Akxm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages