ଶୋଇବା ପୂର୍ବରୁ ଏହି ୭ଟି ଜିନିଷ ନିଜ ପାଖରେ ରଖନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଶୋଇବା ପୂର୍ବରୁ ଏହି ୭ଟି ଜିନିଷ ନିଜ ପାଖରେ ରଖନ୍ତୁ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳେବେଳେ ଶୋଇବା ପରେ ଆଖି ଲାଗୁଲାଗୁ ହଠାତ୍‌ ନିଦ ଭାଙ୍ଗିଯାଏ। ଆମେ ଚମ୍‌କି ଉଠିପଡୁ। ଏମିତି କଥାକୁ ଆମେ ସାଧାରଣ ଭାବି ଏଡ଼ାଇ ଯାଉ। ହେଲେ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏସବୁ ସମସ୍ୟା ବାସ୍ତୁ ଦୋଷ ଲାଗି ହୋଇଥାଏ। ଏଣୁ ଶୋଇବା ଘର ସମ୍ପର୍କିତ ବାସ୍ତୁ ଦୋଷ ଦୂର କରିବା ପାଇଁ ରାତିରେ ଶୋଇବା ପୂର୍ବରୁ କିଛି ବସ୍ତୁକୁ ନିଜଠୁ ଦୂରେଇ ରହିବାକୁ ହେବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

  • ଶୋଇବା ବେଳେ ଭୁଲ୍‌ରେ ବି ନିଜ ପର୍ସ କିମ୍ବା ଔଷଧକୁ ତକିଆ ପାଖରେ ରଖି ଶୁଅନ୍ତୁ ନାହିଁ।
  • ଖଟ ପାଖରେ ପାଣି ପାତ୍ର ରଖନ୍ତୁ ନାହିଁ। ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗିଥାଏ ଓ ସ୍ନାୟୁଦୋଷ ଉତ୍ପତ୍ତି ହୋଇଥାଏ।
  • ଶୋଇବା ପୂର୍ବରୁ ଖଟ ପାଖରେ ଚପଲ ରଖିବା ମଧ୍ୟ ଅନୁଚିତ୍‌। ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
  • ଶୋଇବା ସମୟରେ ପାଖରେ କୌଣସି ଚାବି ରଖନ୍ତୁ ନାହିଁ।
  • ମୋବାଇଲ୍‌, ଲାପ୍‌ଟପ୍‌ ଆଦି ମଧ୍ୟ ଖଟ ଉପରେ ରଖନ୍ତୁ ନାହିଁ।
  • ତେଲ ବୋତଲ ପାଖରେ ରଖି ଶୁଅନ୍ତୁ ନାହିଁ। ବିଭିନ୍ନ ପ୍ରକାରର କଠିନତାକୁ ସାମ୍ନା କରିବାକୁ ପଡିପାରେ।
  • ଶୋଇବା ସମୟରେ ପାଖରେ ଆଇନା ରଖନ୍ତୁ ନାହିଁ। ଏହାଦ୍ୱାରା ରୋଗ ବଢିଥାଏ ଏବଂ ଦାମ୍ପତ୍ୟ କଳହ ସୃଷ୍ଟି ହୁଏ।

 



from Odisha Reporter http://bit.ly/2Rw2r0a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages