ଓଡ଼ିଆ ଝିଅଙ୍କ କମାଲ: ସୁଟିଂରେ ଜିତିଲେ ସ୍ୱର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଓଡ଼ିଆ ଝିଅଙ୍କ କମାଲ: ସୁଟିଂରେ ଜିତିଲେ ସ୍ୱର୍ଣ୍ଣ

Shriyanka

ମୁନିଚ୍‌: ଅନ୍ତର୍ଜାତୀୟ ରାଇଫଲ୍‌ ସୁଟିଂରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ କମାଲ ଦେଖାଇଛନ୍ତି। ଜର୍ମାନର ମୁନିଚ୍‌ରେ ଖେଳାଯାଇଥିବା ଏଚ୍‌ ଆଣ୍ଡ ଏନ୍‌ କପ୍‌ ଇଣ୍ଟରନ୍ୟାସନାଲ ଚାମ୍ପିୟନସିପ୍‌ର ମିକ୍ସ ଏୟାର ରାଇଫଲ୍‌ ବର୍ଗରେ ସେ ଗୋଲ୍ଡ ମେଡାଲ ଜିତିଛନ୍ତି। ଅଖିଲ୍‌ ସୋରେନ୍‌ଙ୍କୁ ସାଥୀ କରି ସେ ଏହି ସଫଳତା ପାଇଛନ୍ତି।

ରବିବାର ହୋଇଥିବା ପ୍ରତିଯୋଗିତାରେ ଶ୍ରୀୟଙ୍କା ଏବଂ ଅଖିଲ୍‌, ରୁଷିଆର ଡି. ଭିଡୋଭିନା ଏବଂ ଭି. ମିସ୍‌ଲିନିକୋଭ୍‌ଙ୍କୁ ଦୁଇ ପଏଣ୍ଟରେ ହରାଇଥିଲେ। ଭାରତୀୟ ଯୋଡ଼ି ୫୦୨.୯ ପଏଣ୍ଟ ସ୍କୋର କରିଥିଲେ।

ସୂଚନାଯୋଗ୍ୟ, ଶ୍ରୀୟଙ୍କା ୨୦୦୯ ମସିହାରୁ ଭାରତୀୟ ଶୁଟିଂ ଟିମ୍‌ର ଅଂଶ ରହି ଆସିଛନ୍ତି। ଏକମାତ୍ର ଓଡ଼ିଆ ଝିଅ ଭାବେ ସେ ଅନ୍ତର୍ଜାତୀୟ ଶୁଟିଂରେ ଭାରତ ପାଇ ପ୍ରତିନିଧିତ୍ୱ କରୁଛନ୍ତି।



from Odisha Reporter http://bit.ly/2B195SD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages