ଧମକାଇଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଧମକାଇଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଏପରି ଏକ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ରାଜ୍ୟରେ କଂଗ୍ରେସ୍‌ ଓ ଜେଡିଏସ୍‌ ମେଣ୍ଟ ସରକାରରେ ସଙ୍କଟ ଦେଖା ଦେଇଛି। ରାଜନୈତିକ ମତଭେଦକୁ ନେଇ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଏକ ପ୍ରକାର ଧମକ ଦେଇଛନ୍ତି।

ସେ କହିଛନ୍ତି, “କଂଗ୍ରେସ୍‌ ବିଧାୟକମାନେ ନିଜ ସୀମା ଉଲ୍ଲଂଘନ କରୁଛନ୍ତି। କଂଗ୍ରେସ୍‌ ନିଜ ବିଧାୟକମାନଙ୍କୁ ସୀମା ଭିତରେ ରଖିବା ଉଚିତ୍‌।”

ସୂଚନାଯୋଗ୍ୟ, କଂଗ୍ରେସର କିଛି ନେତା କହିଥିଲେ ଯେ, କୁମାରସ୍ୱାମୀ ଆମ ନେତା ନୁହନ୍ତି, ଆମ ନେତା ହେଉଛନ୍ତି କଂଗ୍ରେସ୍‌ର ସିଦ୍ଧାରମେୟା। ଯାହାକୁ ନେଇ କୁମାରସ୍ୱାମୀ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, “କଂଗ୍ରେସ୍‌ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଦରକାର। ଯଦି ଏମିତି ଜାରି ରହେ, ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛି।”



from Odisha Reporter http://bit.ly/2ThXkyh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages