୧୫ରେ ପୂରା ହେବ ସ୍ୱପ୍ନ: ବଲାଙ୍ଗିର ପଟୁ ଗଡ଼ିବ ଟ୍ରେନ୍‌, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

୧୫ରେ ପୂରା ହେବ ସ୍ୱପ୍ନ: ବଲାଙ୍ଗିର ପଟୁ ଗଡ଼ିବ ଟ୍ରେନ୍‌, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୂରଣ ହେବାକୁ ଯାଉଛି ବଲାଙ୍ଗିରବାସୀଙ୍କ ସ୍ୱପ୍ନ। ଆସନ୍ତା ୧୫ ତାରିଖରେ ଖୋର୍ଦ୍ଧା-ବଲାଙ୍ଗିର ରୁଟ୍‌ରେ ବଲାଙ୍ଗିର ପଟୁ ଚାଲିବ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିରରୁ ବିଛୁପାଲି ୧୯ କିଲୋମିଟର ଦୀର୍ଘ ଟ୍ରାକ୍‌ରେ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ। ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ ବଲାଙ୍ଗିରବାସୀ ସ୍ୱାଗତ କରିଥିଲେ ମଧ୍ୟ କେବେ ଏହି ପ୍ରକଳ୍ପ ସରିବ ଓ ସେମାନେ ସିଧାସଳଖ ଭୁବନେଶ୍ୱର ଯାଇପାରିବେ, ତାକୁ ଅପେକ୍ଷା କରିଛନ୍ତି।

ଆଉ ଟିକେ ଆଗେଇବାକୁ ଯାଉଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ। ଆଉ ୧୯ କିଲୋମିଟର ରୁଟ୍‌ରେ ଆରମ୍ଭ ହେବ ଟ୍ରେନ୍ ସେବା। ଖୋର୍ଦ୍ଧାରୁ ନୟାଗଡ଼ ୬୬ କିଲୋମିଟର ରୁଟ୍‌ରେ ପୂର୍ବରୁ ଟ୍ରେନ ଚାଲୁଥିବା ବେଳେ ଏଥର କିନ୍ତୁ ବଲାଙ୍ଗିର ପଟୁ ଗଡ଼ିବ ରେଳ। ସେପଟେ ଟ୍ରେନ୍ ଚାଲିବା ଦ୍ୱାରା ଏହି ଅନୁନ୍ନତ ଅଞ୍ଚଳର ବିକାଶ ସହ ବେପାର ବଣିଜର ବାଟ ଖୋଲିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି।

ଅନ୍ୟପଟେ ଷ୍ଟେସନର ନାମ କରଣକୁ ନେଇ ସ୍ଥାନୀୟ ଭଇଁଷାପାଲି ଓ ବିଛୁପାଲି ଗାଁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପ୍ରଥମ ଷ୍ଟେସନର ନାଁ ଭଇଁଷାପାଲି ରଖାଯାଇଥିଲା। ତେବେ ବିଛୁପାଲି ଗାଁ ଲୋକେ ଏହାକୁ ବିରୋଧ କରିବା ପରେ ନାଁକୁ ବଦଳାଇ ବିଛୁପାଲି ଷ୍ଟେସନ କରାଯାଇଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ନୟାଗଡ଼ ପଟୁ ମହିପୁର ଯାଏଁ ଆଉ ୧୨ କିଲୋମିଟର ଟ୍ରାକ୍‌ ନିର୍ମାଣ କାମ ଶେଷ ହୋଇଛି। ତେବେ ବଲାଙ୍ଗିର ପଟୁ ଏହି ପ୍ରକଳ୍ପ ସୋନପୁର ଓ ବୌଦ୍ଧ ଜିଲ୍ଲା ଦେଇ ନୟାଗଡ଼କୁ ସଂଯୋଗ କରିବ। ପ୍ରକଳ୍ପ ଲାଗି ସୋନପୁର ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କାମକୁ ତ୍ୱରାନ୍ୱିତ କରୁଛି। ଜିଲ୍ଲାର ମୋଟ ୩୦ଟି ଗାଁରେ ବେସରକାରୀ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ୧୪ଟି ଗାଁରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୪ଟି ଗାଁରେ ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ସହ, ଏଯାଏ ୧୦୪ ଏକର ଜମିକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି। ଖୁବ୍ ଶୀଘ୍ର ଏହାକୁ ରେଲଓ୍ୱକୁ ହସ୍ତାନ୍ତର କରାଯିବ। ମାତ୍ର ବୌଦ୍ଧ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଯାହାକି ପ୍ରକଳ୍ପ ରାସ୍ତାରେ ବର୍ତ୍ତମାନ ପାଇଁ ସବୁଠୁ ବଡ଼ ବାଧା। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ପ୍ରକଳ୍ପ ଇଂଜିନିୟ ତତ୍ତ୍ୱଦର୍ଶୀ ସାହୁ କହିଛନ୍ତି।

ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ବଲାଙ୍ଗିର ଓ ଭୁବନେଶ୍ୱର ମଧ୍ୟରେ ଦୂରତା ଦେଢ଼ ଶହ କିଲୋମିଟର କମିବା ସହ ଯାତ୍ରା ସମୟ ପ୍ରାୟ ୪ ଘଣ୍ଟା ହ୍ରାସ ପାଇବ। ୨୮୯ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପକୁ ୨୦୨୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।



from Odisha Reporter http://bit.ly/2sqmuPo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages