
ପାଟନା: ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ରାମ ବିଲାଶ ପାଶ୍ୱାନ୍ଙ୍କ ଝିଅ ଆଶା ପାଶ୍ୱାନ୍ ବାପାଙ୍କ ବିରୋଧରେ ଧାରଣାର ନେଇଛନ୍ତି ନେତୃତ୍ୱ। ଆଜ୍ଞା ହଁ କାରଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ରାମ ବିଲାଶ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ‘ଅଙ୍ଗୁଠା ଛାପ’ ବା ଅଶିକ୍ଷିତ କହିବାରୁ ତାଙ୍କୁ ବିରୋଧ କରିଛନ୍ତି ଆଶା।
ଆଶା ଏବଂ କିଛି ମହିଳା ପାଟନା ବିମାନ ବନ୍ଦର ନିକଟରେ ଥିବା ଏଲଜେପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେ ଦାବି କରିଛନ୍ତି ରାମ ବିଲାଶ ପାଶ୍ୱାନ୍ ରାବ୍ରୀ ଦେବୀଙ୍କୁ କ୍ଷମା ମାଗନ୍ତୁ। ପୂର୍ବରୁ ଏହି ମନ୍ତବ୍ୟ ମହିଳାଙ୍କ ଅପମାନ ବୋଲି କହିଥିଲେ।
ଆଶା ରାମ ବିଲାଶଙ୍କ ପ୍ରଥମ ପତ୍ନୀ ରାଜ୍ କୁମାର ଦେବୀଙ୍କ ଝିଅ। ସେ ଆରଜେଡି ନେତା ତଥା ତେଜସ୍ୱୀ ଯାଦବଙ୍କ ଘନିଷ୍ଠ କୁହାଯାଉଥିବା ଅନିଲ ସାଧୁଙ୍କୁ ବିବାହ କରିଛନ୍ତି।
Patna: Ram Vilas Paswan's daughter Asha Paswan holds protest against him for allegedly calling former Bihar CM & Rashtriya Janata Dal leader Rabri Devi "angootha chhap" (illiterate). Asha Paswan says, "I want him to take back his words & apologise. He should respect all women" pic.twitter.com/rXEAHx8CBH
— ANI (@ANI) January 13, 2019
ରାମ ବିଲାଶ ରାବ୍ରୀଙ୍କ ନାମ ନନେଇ କହିଥିଲେ, “ଆରଜେଡି ସ୍ଲୋଗାନ୍ର ରାଜନୀତି କରୁଛି ଏବଂ ଅଙ୍ଗୁଠା ଛାପ୍ଙ୍କୁ ମୁଖ୍ୟମନ୍ତ୍ରୀ କରୁଛି।” ଜବାବ୍ରେ ଆଶା କହିଥିଲେ, “ମୁଁ ଚାହେଁ ସେ ନିଜ କହିଥିବା କଥା ଫେରାଇ ନିଅନ୍ତୁ ଏବଂ କ୍ଷମା ମାଗନ୍ତୁ। ସେ ମହିଳାଙ୍କୁ ସମ୍ମାନ ଦେବା ଉଚିତ।”
from Odisha Reporter http://bit.ly/2SNryZv
No comments:
Post a Comment