୨୦୦୦ ଟଙ୍କିଆ ନୋଟ୍‌ ଛାପିବା ବନ୍ଦ ହୋଇସାରିଛି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

୨୦୦୦ ଟଙ୍କିଆ ନୋଟ୍‌ ଛାପିବା ବନ୍ଦ ହୋଇସାରିଛି!

ନୂଆଦିଲ୍ଲୀ: ୨୦୧୬ ମସିହା ନଭେମ୍ବର ୮ ତାରିଖର ନୋଟ୍‌ବନ୍ଦୀ ପରେ ୧୦ ତାରିଖରେ ଭାରତୀୟ ମୁଦ୍ର ବଜାରକୁ ଆସିଥିବା ୨୦୦୦ ଟଙ୍କିଆ ନୋଟ୍‌ ଛାପିବା ବନ୍ଦ ହୋଇସାରିଛି। ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛି ଖବର ସରବରାହ ସଂସ୍ଥା ‘ଦି ପ୍ରିଣ୍ଟ’। ଏହାଫଳରେ ବଜାରରୁ ଏହି ନିର୍ଦ୍ଦିଷ୍ଟ ନୋଟ୍‌ର ବ୍ୟବହାର ଧୀରେଧୀରେ ବନ୍ଦ କରିଦିଆଯିବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଥିବା ଏଥିରେ କୁହାଯାଇଛି।

ଯଦିଓ ବର୍ତ୍ତମାନ ପ୍ରଚଳିତ ଥିବା ୨୦୦୦ ଟଙ୍କିଆ ନୋଟ୍‌ର ବ୍ୟବହାରକୁ ବନ୍ଦ କରାଯିବନି ଏହି ରିପୋର୍ଟରେ ସରକାରଙ୍କ ଏପରି ନିଷ୍ପତ୍ତିର କାରଣ ମଧ୍ୟ ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସନ୍ଦେହ କରିବା ଆରମ୍ଭ କରିଛନ୍ତି ଏହି ନୋଟ୍‌ ବେଆଇନ ମହଜୁଦ, ଟିକସ ଫାଙ୍କି ଏବଂ ଅର୍ଥ ହେରଫେର ଆଦିରେ ବ୍ୟବହାର କରାଯାଉଛି।

ନଭେମ୍ବରରେ ୨୦୦୦ ଟଙ୍କିଆ ଆସିବା ପରେ ଯଦିଓ ୫୦୦ ଟଙ୍କିଆ ନୂଆ ରୂପରେ ଆସିଥିଲା ୧୦୦୦ ଟଙ୍କିଆ ନୋଟ୍‌କୁ ସମ୍ପୂର୍ଣ୍ଣଭାବରେ ବନ୍ଦ କରିଦିଆଯାଇଥିଲା। କାରଣ ଦର୍ଶାଯାଇଥିଲା ଏହା କଳାଧନ ଉପରେ ଆକ୍ରମଣ। ଏହାପରେ ବଜାରରେ ନଗଦ ଟଙ୍କାର ଘୋର ଅଭାବ ଦେଖାଯିବା ସମୟରେ ହିଁ ବ୍ୟାପକ ଭାବରେ ୨୦୦୦ ଟଙ୍କିଆ ବଜାରକୁ ଛଡ଼ାଯାଇଥିଲା।

ମାର୍ଚ୍ଚ ୨୦୧୮ ବେଳକୁ ପ୍ରଚଳିତ ନୋଟ୍‌ର ମୂଲ୍ୟ ୧୮.୦୩ ଲକ୍ଷ କୋଟି ଥିଲା। ଏଥିରୁ ୬.୭୩ ଲକ୍ଷ କୋଟି ବା ୩୭% କେବଳ ୨୦୦୦ ଟଙ୍କିଆ ନୋଟ୍‌ ଥିଲା। ୭.୭୩ ଲକ୍ଷ କୋଟି ବା ପ୍ରାୟ ୪୩% ୫୦୦ ଟଙ୍କିଆ ନୋଟ୍‌ ଥିଲା। ବଳକା ପରିମାଣର ପ୍ରଚଳିତ ଅର୍ଥ କମ୍‌ ଟଙ୍କିଆ ନୋଟ୍‌ ଏବଂ ମୁଦ୍ରାର ଥିଲା।

ସମାଲୋଚନା

୨୦୦୦ ଟଙ୍କିଆ ନୋଟ୍‌ ଆସିବାପରେ ମୋଦି ସରକାରକୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରି ୨୦୦୦ ଟଙ୍କିଆ ଭଳି ବୃହତ୍‌ ମୂଲ୍ୟର ନୋଟ୍‌ ପ୍ରଚଳନ କରିବା କେତେ ଯଥାର୍ଥ ବୋଲି ପ୍ରଶ୍ନ ଉଠିଥିଲା। ଏହା ଅର୍ଥ ହେରଫେର ଏବଂ ଟିକସ ଠକେଇକୁ ବେଶ୍‌ ସୁହାଇବ ବୋଲି ମଧ୍ୟ ବିରୋଧୀ ଅଭିଯୋଗ ଆଣିଥିଲେ, ଯାହାକି ନୋଟ୍‌ବନ୍ଦୀ ଲକ୍ଷ୍ୟର ବିପରୀତ ଥିଲା।

ଗତ ଏପ୍ରିଲ ମାସରେ କିଛି ସ୍ଥାନରେ ନଗଦ ଟଙ୍କା ଅଭାବ ଦେଖାଦେବା ଏହି ସନ୍ଦେହକୁ ଦୃଢ଼ୀଭୂତ କଲା। ଏହାପରେ ବିଧାନସଭା ନିର୍ବାଚନବେଳେ ୨୦୦୦ ଟଙ୍କିଆ ମହଜୁଦ୍‌ କରାଯାଉଥିବା ସନ୍ଦେହ କରିଥିଲେ ସରକାର। ପିଏନ୍‌ବି-ନୀରବ୍‌ ମୋଦି ବ୍ୟାଙ୍କ ଠକେଇ ସରକାରଙ୍କ ନିଦ ହଜେଇଦେଇଥିଲା। କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ବେଶ୍‌ କିଛି ବ୍ୟାଙ୍କର ନିର୍ଦ୍ଦେଶକ ମଧ୍ୟ ଏହାକୁ ସମାଲୋଚନା କରିଥିଲେ।

କୁଆଡ଼େ ଗଲା ୨୦୦୦ ଟଙ୍କିଆ ?

୨୦୧୭ ମାର୍ଚ୍ଚ ବେଳକୁ ମୋଟ ପ୍ରଚଳିତ ନୋଟ୍‌ର ୫୦.୨ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍‌ ଥିଲା। କିନ୍ତୁ ୨୦୧୮ ମାର୍ଚ୍ଚ ବେଳକୁ ଏଥିରେ ୧୩ ପ୍ରତିଶତ ହ୍ରାସ ପାଇ ୩୭.୩ ପ୍ରତିଶତରେ ପହଞ୍ଚିଥିଲା। ୨୦୧୬-୧୭ରେ ୫୮୮.୨ କୋଟି ୫୦୦ ଟଙ୍କିଆ ନୋଟ୍‌ ଥିଲା। କିତୁ ୨୦୧୭-୧୮ରେ ଏଥିରେ ବ୍ୟାପକ ବୃଦ୍ଧି କରାଯାଇ ୯୫୮.୭ କୋଟିକୁ ବୃଦ୍ଧି ପାଇଥିଲା। ୫୦୦ ଟଙ୍କିଆର ବଜାର ଉପସ୍ଥିତି ମାର୍ଚ୍ଚ ୨୦୧୭ବେଳକୁ ମାତ୍ର ୨୨.୫% ଥିଲା, କିନ୍ତୁ ମାର୍ଚ୍ଚ ୨୦୧୮ରେ ୪୨.୯ ପ୍ରତିଶତକୁ ବୃଦ୍ଧି ପାଈଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ଖବର ଆସିବାରେ ଏହା ପ୍ରଥମ ଥର ନୁହେଁ। ୬ ମାସ ପୂର୍ବରୁ ମଧ୍ୟ ଏଭଳି ୨୦୦୦ ଟଙ୍କିଆ ଛାପା ବନ୍ଦ ହେବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ସରକାର କିମ୍ବା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଏଯାଏ କୌଣସି ବିଧିବଦ୍ଧ ସୂଚନା ଦିଆନଯିବା ଏହି ପ୍ରସଙ୍ଗକୁ ଆହୁରି ଜଟିଳ କରୁଛି।



from Odisha Reporter http://bit.ly/2Fassf0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages