କୁକୁରଙ୍କ ସ୍ମୃତିରେ ସମାଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

କୁକୁରଙ୍କ ସ୍ମୃତିରେ ସମାଧି

5656566

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୃତ ବ୍ୟକ୍ତିଙ୍କ ପାଇଁ ସମାଧି ନିର୍ମାଣ କରାଯିବା କଥା ସମସ୍ତେ ଜାଣନ୍ତି। କିନ୍ତୁ କେବେ କୁକୁରଙ୍କ ପାଇଁ ସମାଧି ନିର୍ମାଣ କଥା ଶୁଣିଛନ୍ତି! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ। ଜାମସେଦପୁରରେ ରହିଛି ଏମିତି ଏକ ସ୍ଥାନ, ଯେଉଁଠି କୁକୁରଙ୍କ ସ୍ମୃତିରେ ତିଆରି ହୋଇଛି ସମାଧି।

ଜାମସେଦପୁରର ଟାଟା ମୋଟର୍ସ କେନେଲ୍‌ କ୍ଲବ୍ ପରିସରରେ ରହିଛି ଏମିତି ଏକ ସମାଧି ସ୍ଥଳ।  କୁକୁରଙ୍କ ମୃତଦେହକୁ ଏଣେ ତେଣେ ନ ଫୋପାଡ଼ି ଏଠାରେ ସମାଧି ଦିଆଯାଏ। ତେବେ କେବଳ କମ୍ପାନୀ ସେବାରେ ନିୟୋଜିତ କୁକୁରଙ୍କ ସ୍ମୃତିରେ ଏଭଳି କରାଯାଇଥାଏ।

ବର୍ତ୍ତମାନ ଏହି କ୍ଲବରେ ୧୧ଟି କୁକୁର ରହିଛନ୍ତି। ସେମାନଙ୍କୁ ପୁଲିସ୍‌ ଡଗ୍‌ ସ୍ୱାଡ୍‌ରେ ଟ୍ରେନିଂ ପାଉଥିବା କୁକୁରଙ୍କ ଭଳି ଟ୍ରେନିଂ ଦିଆଯାଇଥାଏ। ଏମାନେ କମ୍ପାନୀର ସୁରକ୍ଷା କାମରେ ନିୟୋଜିତ ରହିଥାନ୍ତି। ଏହା ସହ ବିଭିନ୍ନ ସମୟରେ ସ୍ଥାନୀୟ ପୁଲିସ୍‌ର ସହାୟତା କରିଥାନ୍ତି।

ଟ୍ରେନର ପ୍ରଦୀପ କୁମାର ପଟ୍ଟନାୟକ କହିଛନ୍ତି,“ଆମ ପାଖରେ ୧୧ଟି କୁକୁର ଅଛନ୍ତି। ଏହି କୁକୁରମାନଙ୍କୁ କମ୍ପାନୀର ସୁରକ୍ଷା କାମରେ ନିୟୋଜିତ କରାଯାଇଥାଏ। ଏହାସହ ଏମାନେ ଜାତୀୟ ସ୍ତରରେ ହେଉଥିବା ଡଗ୍ ଶୋ’ରେ ଭାଗ ନେଇଥାନ୍ତି।”

ସେ ଆହୁରି କହିଛନ୍ତି,“ଏହି କୁକୁରମାନଙ୍କ ଜୀବନକାଳ ୧୩-୧୪ ବର୍ଷ ହୋଇଥାଏ। ସେମାନେ ଆମ ଛୁଆ ପରି ଆମ ପାଖରେ ରୁହନ୍ତି। ଯେତେବେଳେ ସେମାନେ ମରିଯାନ୍ତି, ସେମାନଙ୍କୁ ମନେ ରଖିବା ପାଇଁ ଆମେ ଏଠାରେ ସେମାନଙ୍କ ମୃତଦେହକୁ ଏଠାରେ ସମାଧି ଦେଇଦେଉ।”

 



from Odisha Reporter http://bit.ly/2F7jeAY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages