ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କ ଦେହାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କ ଦେହାନ୍ତ

ନୂଆଦିଲ୍ଲୀ:ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଅଯୋଧ୍ୟା ରାମ ଜନ୍ମ ଭୂମି ଆନ୍ଦୋଳନର ଅନ୍ୟତମ ପୁରୋଧା ବିଷ୍ଣୁ ହରି ଡାଲମିଆଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।

ସେ ତାଙ୍କର ଗଲ୍ଫ ଲିଙ୍କସ୍‌ସ୍ଥିତ ବାସଭବନରେ ସକାଳ ୯.୩୮ ସମୟରେ ପ୍ରାଣ ହରାଇଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, “ବିଷ୍ଣୁ ହରି ଡାଲମିଆଙ୍କର ଆଜି ସକାଳେ ସ୍ୱର୍ଗବାସ ହୋଇଛି। ନିଗମବୋଧ ଘାଟଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।”

ବୟସାଧିକ ଜନିତ ଅସୁସ୍ଥତା ହେତୁ ଡାଲମିଆଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଗତ ଜାନୁଆରୀ ୧୩ ତାରିଖରେ ହସ୍ପିଟାଲରୁ ଘରକୁ ଅଣାଯାଇଥିଲା।

ସେ ଶ୍ରୀ ରାମ ଜନ୍ମଭୂମି ନ୍ୟାସର ଟ୍ରଷ୍ଟି ଏବଂ ଭିଏଚ୍‌ପିର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳର ସଦସ୍ୟ ଥିଲେ। ସେ ଶିଳ୍ପ ଜଗତରେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଥିଲେ। ସେ ଡାଲମିଆ ଭାରତ ଗ୍ରୁପ୍‌ର ନେତୃତ୍ୱ ନେଉଥିଲେ।



from Odisha Reporter http://bit.ly/2svkZiY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages