
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟୀ ଟେଷ୍ଟ୍) ବାତିଲ ହୋଇଯାଇଛି। ପ୍ରଶ୍ନପତ୍ର ଲିକ୍ ପାଇଁ ଏହି ପରୀକ୍ଷା ବାତିଲ ହୋଇଯାଇଛି।
ଆଜି ଓଟିଇଟିର ଦୁଇଟି ସିଟିଂ ପରୀକ୍ଷା ଥିଲା। ସକାଳ ସାଢ଼େ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିଥିଲା। ସୋଶାଲ୍ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲିବା ପରେ ଏ ବିଷୟରେ ଜଣାପଡ଼ିଥିଲା।
ପ୍ରଥମ ସିଟିଂ ପରୀକ୍ଷା ସରିବା ପରେ ଓ ଲିକ୍ ପ୍ରଶ୍ନପତ୍ର ଯାଞ୍ଚ କରିବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯାଇଛି। ଆଜିର ଦୁଇଟି ସିଟିଂ ପରୀକ୍ଷାକୁ ବାତିଲ କରାଯାଇଛି।
ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ ଏ ସଂର୍ପକରେ ସୂଚନା ଦେଇ କହିଛନ୍ତି ଯେ ଏ ଘଟଣା ଦୁର୍ଭାଗ୍ୟଜନକ। ଆଉ ଥରେ ଓଟିଇଟି ପରୀକ୍ଷା କରାଯିବ। ତେବେ କେବେ ପରୀକ୍ଷା ହେବ ସେ ନେଇ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ଆଜି ପ୍ରଥମ ସିଟିଂ ପରୀକ୍ଷା ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ହେବାର ଥିଲା।
ଏଥର ୧ ଲକ୍ଷ ୧୨ ହଜାର ପିଲା ଓଟିଇଟି ଦେବା ପାଇଁ ଆବେଦନ କରିଥିଲେ।
from Odisha Reporter http://bit.ly/2MaTyDW
No comments:
Post a Comment