ବ୍ୟାଖ୍ୟାନ କେନ୍ଦ୍ରରେ ଶ୍ରୀମନ୍ଦିରର କଳା ସ୍ଥାପତ୍ୟ, ପରମ୍ପରା ଓ ରୀତିନୀତିକୁ ଦେଖିପାରିବେ ପର୍ଯ୍ୟଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ବ୍ୟାଖ୍ୟାନ କେନ୍ଦ୍ରରେ ଶ୍ରୀମନ୍ଦିରର କଳା ସ୍ଥାପତ୍ୟ, ପରମ୍ପରା ଓ ରୀତିନୀତିକୁ ଦେଖିପାରିବେ ପର୍ଯ୍ୟଟକ

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ‘ଜଗନ୍ନାଥ ବଲ୍ଲଭ’। ଏହି ଉଦ୍ୟାନ ପରିସରରେ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ଏଠାରେ ନିର୍ମାଣ ହେବ ଇଣ୍ଟରପ୍ରିଟେସନ ସେଣ୍ଟର (ବ୍ୟାଖ୍ୟାନ କେନ୍ଦ୍ର)। ପର୍ଯ୍ୟଟନ ବିଭାଗ ଦ୍ୱାରା ସାଢ଼େ ୫କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ହେବ। ଏହାର ସ୍କେଚ୍‌ ମ୍ୟାପ ପ୍ରସ୍ତୁତ ହୋଇସାରିଛି। ବ୍ୟାଖ୍ୟାନ କେନ୍ଦ୍ରରେ ଶ୍ରୀମନ୍ଦିରର କଳା ସ୍ଥାପତ୍ୟକୁ ଅତି ନିଖୁଣ ଭାବେ ସ୍ଥାନିତ କରାଯିବ।

ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶକୁ ଏଠାରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇପାରିବେ। ଶ୍ରୀମନ୍ଦିର ପରମ୍ପରା, ରୀତିନୀତି, ସାହିଯାତ, ମଠ ମନ୍ଦିର ପରମ୍ପରା, ଉତ୍ସବ ଓ ଗବେଷଣା ଭିତ୍ତିକ ଦୃଶ୍ୟପଟ୍ଟ ଏଠାରେ ସ୍ଥାନ ପାଇବ। ତେବେ ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ସ୍ୱତନ୍ତ୍ର ବୈଠକ କରାଯାଇ ବ୍ୟାଖ୍ୟାନ କେନ୍ଦ୍ର ନେଇ ଗବେଷକଙ୍କ ମତାମତ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର।

ଇଣ୍ଟରପ୍ରିଟେସନ ସେଣ୍ଟରର ପୂର୍ଣ୍ଣ ରୂପରେଖ ଜଣାପଡ଼ି ନଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ ଏହାର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଆରମ୍ଭ ହୋଇଯାଇଛି। ପଥର ପାଚେରୀରେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, କାଞ୍ଚି ଗଣେଶ, କଳ୍ପବଟ, ଗୋଷାଣୀ ଯାତ, ସାହିଯାତ, ନାଗା ନୃତ୍ୟ, ପୁରୀ ସହର ଓ ବେଳାଭୂମିର ଦୃଶ୍ୟକୁ ଖୋଦେଇ କରାଯାଇ ଲଗାଯାଇଛି। ମ୍ୟୁଜିୟମ୍‌ ଡିଜାଇନର ସିଦ୍ଧାର୍ଥ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି। ସେପଟେ ଏଭଳି ଯୋଜନାକୁ ସ୍ୱାଗତ କରିଛନ୍ତି ବରିଷ୍ଠ ସେବାୟତ।



from Odisha Reporter http://bit.ly/2FI7V1t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages