
କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଭାଇ ଓ ଭଉଣୀ ମକର ମେଳା ଦେଖି ଫେରୁଥିଲେ। ବିଚ୍ ରାସ୍ତାରେ ଭାଇ ପାଖରୁ ଭଉଣୀକୁ ଉଠାଇ ନେଇ ୪ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୂରା ଘଟଣା ଏମିତି। ବୁଧବାର ସକାଳେ ମହୁଲପାଲି ଥାନା ଅଞ୍ଚଳର ଭଇ ଓ ଭଉଣୀ ମକର ମେଳା ଦେଖି ଘରକୁ ଫେରୁଥିଲେ। ହେଲେ ବିଚ୍ ରାସ୍ତାରେ ୪ ଅଭିଯୁକ୍ତ ସେମାନଙ୍କୁ ଅଟକାଇଥିଲେ। ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଝିଅର ଭାଇକୁ ଜାବୁଡ଼ି ଧରିଥିଲେ। ଆଉ ଦୁଇ ଜଣ ଅଭିଯୁକ୍ତ ନାବାଳିକାକୁ ଜବରଦସ୍ତ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ସେମାନେ ନାବାଳିକାକୁ ସେହିଠାରେ ଛାଡ଼ି ପଳାଇ ଯାଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ନାବାଳକ ହୋଇଥିବା ବେଳେ ଜଣେ ସାବାଳକ ବୋଲି ଜଣାପଡ଼ିଛି। ମାତ୍ର ଅଭିଯୁକ୍ତଙ୍କୁ ପୀଡ଼ିତା ଚିହ୍ନି ନଥିବା କହିଛନ୍ତି।
ଏନେଇ ମହୁଲପାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ କଟୁପାଲି ଗାଁର ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରିଥିବା ଜଣାପଡ଼ିଛି।
from Odisha Reporter http://bit.ly/2FKiq4b
No comments:
Post a Comment