
ନୂଆଦିଲ୍ଲୀ: ଦେଶୀ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଟ୍ରେନ୍-୧୮ ଖୁବ୍ ଶୀଘ୍ର ଟ୍ରାକ୍ରେ ଦଉଡ଼ିବାକୁ ଯାଉଛି। ଏହି ଟ୍ରେନ୍ ପରିଚାଳନା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ମଞ୍ଜୁର ମିଳିସାରିଛି। ଏହି ଟ୍ରେନ୍ର ଭଡ଼ା ଶତାବ୍ଦୀ ଏକ୍ସପ୍ରେସ୍ଠାରୁ ୪୦ରୁ ୫୦ ପ୍ରତିଶତ ଅଧିକ ରହିବ। ଏହି ଟ୍ରେନ୍ର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ବଜେଟ୍ ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟ୍ରେନ୍ ଚାଲିବା ନେଇ ଉଦ୍ଘାଟନ କରିବେ। ପ୍ରଥମଥର ଏହି ଟ୍ରେନ୍ ଦିଲ୍ଲୀରୁ ବାରଣାସୀ ପର୍ଯ୍ୟନ୍ତ ଚାଲିବ।
ଏହା ଏକ ଇଞ୍ଜିନ୍ ବିହୀନ ଟ୍ରେନ୍ ହୋଇଥିବା ବେଳେ ସରକାରଙ୍କ ଇଲେକ୍ଟ୍ରିକାଲ ଇଣ୍ଟରସେପ୍ଟର ଜେନେରାଲ୍(EIG) ପକ୍ଷରୁ ଗୁରୁବାର ସୁଦ୍ଧା ଚୂଡ଼ାନ୍ତ କ୍ଲିଅରାନ୍ସ ମିଳିବ। ଏହି ଟ୍ରେନ୍ ଦିଲ୍ଲୀରୁ ବାରଣାସୀ ୮ ଘଣ୍ଟାରେ ୭୫୫ କିମି ଯାତ୍ରା କରିବ। ଏହି ଟ୍ରେନ୍ର ଏକ୍ଜ୍ୟୁକ୍ୟୁଟିଭ୍ କ୍ଲାସ୍ ଭଡ଼ା 2,800 ଟଙ୍କାରୁ 2,900 ଟଙ୍କା ପର୍ଯ୍ୟନ୍ତ ରହିଛି।
ଟ୍ରେନ୍ଟିର ଘଣ୍ଟା ପ୍ରତି ବେଗ ୧୮୦ କିମି ରହିବ। ଏଥିସହ ଟ୍ରେନ୍ ୧୮ରେ ୱାଇଫାଇ, ଜିପିଏସ୍ ପାସେଞ୍ଜର ଇନଫୋଟେନମେଣ୍ଟ ସିଷ୍ଟମ, ଅଟୋମେଟିକ ଡ଼ୋର, ଏଲଇଡ଼ି ଲାଇଟ୍, ଭିନ୍ନକ୍ଷମଙ୍କ ପାଇଁ ରାମ୍ପ, ସିସିଟିଭି, ଯାତ୍ରୀଙ୍କ ପାଇଁ ଏମରଜେନ୍ସି ଟେକବ୍ୟାକ୍ ୟୁନିଟ୍, ୟୁରୋପିଆନ୍ ଷ୍ଟାଇଲର ସିଟ୍, ମୋଡ଼ୁଲାର ଟୟଲେଟ୍ ଆଦି ସୁବିଧା ଉପଲବ୍ଧ । ମେଟ୍ରୋ ଟ୍ରେନ ବେଗର ଦୁଇଗୁଣା ଅଧିକ ବେଗରେ ଦଉଡ଼ିବ ଏହି ଟ୍ରେନ୍। ଏହି ଟ୍ରେନ୍ ତିଆରି କରିବା ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସଂପୂର୍ଣ୍ଣ ଏସି ବିଶିଷ୍ଟ ଏହି ଟ୍ରେନ୍ଟି ଶତାବ୍ଦୀ ଏକ୍ସପ୍ରେସର ଉତ୍ତରାଧିକାରୀ ବୋଲି କୁହାଯାଉଛି।
from Odisha Reporter http://bit.ly/2G20O41
No comments:
Post a Comment