ଶଳାମାନଙ୍କ ସହିତ ମିଶି ଭାଇକୁ ମାରି ପୋତି ଦେଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଶଳାମାନଙ୍କ ସହିତ ମିଶି ଭାଇକୁ ମାରି ପୋତି ଦେଇଥିଲେ

body

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଢେପଗୁଡ଼ା ଗାଁରେ ଚାଷ ଜମିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଗାଁର ଚନ୍ଦନ ଜାନୀଙ୍କ ମୃତ୍ୟୁ ଘଟିଛି। ଗତକାଲି ପୁଲିସ୍‌ ଚନ୍ଦନଙ୍କ ମୃତଦେହ ଉଦ୍ଧାର କରିଛି।

ସୂଚନା ଅନୁସାରେ, ଚନ୍ଦନ ଜାନୀ ଓ ଅଭିଯୁକ୍ତ ଭୁବନ ଜାନୀ ସଂପର୍କୀୟ ଭାଇ। ତେବେ ଚାଷ ଜମିକୁ ନେଇ ସେମାନଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ବି ଲାଗି ରହୁଥିଲା।

ଗତ ୨୨ ତାରିଖରେ ଚନ୍ଦନକୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ଭୁବନ ଜାନୀ ଓ ତାଙ୍କର ତିନି ଜଣ ଶଳା ମିଶି ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ପୋତି ଦେଇଥିଲେ।

ଏହି ଘଟଣାରେ ପୁଲିସ୍‌ ଭୁବନ ଜାନୀଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।



from Odisha Reporter http://bit.ly/2WnBhYI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages