ସାଇକେଲ ମାଡ଼ରେ କାର୍‌ ଚେପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ସାଇକେଲ ମାଡ଼ରେ କାର୍‌ ଚେପା

ସାଇକେଲ୍‌ ମାଡ଼ରେ ଗୋଟିଏ କାର୍‌ର ଅବସ୍ଥା କ’ଣ ଏପରି ହୋଇପାରେ? ସାଇକେଲ୍‌ଟି ଏମିତି କେଉଁଥିରେ ତିଆରି କି? ଏକ ଭାଇରାଲ ଫଟୋକୁ ଦେଖିବାପରେ ଏମିତି ପ୍ରଶ୍ନ ସବୁ ଉଠିବାରେ ଲାଗିଛି।

ଏକ ଚାଇନିଜ୍‌ ସୋଶାଲ ମିଡିଆ ସାଇଟ୍‌ରେ ପ୍ରଥମେ ଭାଇରାଲ ହୋଇଥିବା ଏହି ଫଟୋରେ କୁହାଯାଇଥିଲା କାର୍‌ ଏବଂ ସାଇକେଲ୍‌ ମଧ୍ୟରେ ଦୁର୍ଘଟଣା ଘଟି ଏପରି ହୋଇଛି। କିନ୍ତୁ ବେଶି କ୍ଷତି କାର୍‌ର ହିଁ ହେବା ଆଶ୍ଚର୍ଯ୍ୟଜନକ ନିଶ୍ଚୟ।

ଭାଈରାଲ ଫଟୋରେ ଜଣାପଡ଼ୁଛି ସାଇକେଲ୍‌ଟି ସମ୍ପୂର୍ଣ୍ଣ ଅକ୍ଷତ ରହିଛି। ଅନ୍ୟପକ୍ଷରେ କାର୍‌ର ବମ୍ଫର ଚେପା ହୋଇଯାଇଛି। ଦକ୍ଷିଣ ଚୀନ୍‌ର ଶେନ୍‌ଜେନ୍‌ ସହରରେ ଏହି ଦୁର୍ଘଟଣା ଘଟିଛି।

ସୋଶାଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ସହିତ ମଜାଦାର କମେଣ୍ଟ ସବୁ ଆସୁଛି। ଜଣେ କେହି କହିଛନ୍ତି ନୋକିଆ କାର୍‌ ତିଆରି ଆରମ୍ଭ କଲା ନା କ’ଣ। ଆଉ ଜଣେ ଲେଖିଛନ୍ତି ଏହି ବାଇକ୍‌ ମୋତେ ଦରକାର।

ଆପଣ ହୁଏତ ଭାବୁଥାଇ ପାରନ୍ତି ଏହା ଫେକ୍‌, ଏଡିଟେଡ୍ କିମ୍ବା ମଜା ପାଇଁ ଏଭଳି କେହି କରିଛି। କିନ୍ତୁ ସେଭଳି କିଛି ନୁହେଁ। ସ୍ଥାନୀୟ ପୁଲିସ୍‌ ମଧ୍ୟ ନିଶ୍ଚିତ କରିଛି ଏହା ଦୁର୍ଘଟଣା। ଏହାର ପ୍ରମାଣ ସ୍ୱରୂପ ଏକ ଭିଡିଓ ମଧ୍ୟ ରିଲିଜ୍‌ କରାଯାଇଛି। ଏହି ଦୁର୍ଘଟଣାରେ କାହାର କିଛି ହୋଇନାହିଁ, କେବଳ ବାଇକ୍‌ଚାଳକ ସାମାନ୍ୟ ଆହାତ ହୋଇଥିଲେ।



from Odisha Reporter http://bit.ly/2Fc87pC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages