ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ୍‌ମ୍ୟାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ୍‌ମ୍ୟାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ଯେଉଁଥିରେ ସାମିଲ ହୋଇଥିଲେ ବରିଷ୍ଠ ପୁଲିସ୍ ଅଧିକାରୀ, ଇନକମ୍‌ ଟ୍ୟାକ୍ସ ଓ ଅବକାରୀ ବିଭାଗର ଅଧିକାରୀ।

ଆଜିର ବୈଠକରେ ନିର୍ବାଚନ ଖର୍ଚ୍ଚ ପରିଚାଳନା, ଆଚରଣ ବିଧି, ଭଲନରେବିଲିଟି ମ୍ୟାପିଂ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। ତେବେ ଫୋକସ୍‌ରେ ଥିଲା ନିର୍ବାଚନ ସମୟରେ ଟଙ୍କା ଓ ମଦ କାରବାର ଉପରେ କେମିତି ଲଗାମ୍ କଷାଯିବ। ଅବାଧ ମଦ କାରବାର ରୋକିବା ଲାଗି ୱେରହାଉସରେ ସିସିଟିଭି ଲଗାଯିବା ସହ ଏବେଠାରୁ ହିଁ ଚଢ଼ଉ ହେବ। ତା’ ସହ ଭୋଟ୍ ବେଳେ ନୋଟ୍ ଦେଇ ଭୋଟରକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଥିବାରୁ ଏହାକୁ କିପରି ରୋକାଯିବ, ସେ ନେଇ ଆଲୋଚନା ହୋଇଛି। ରାଜ୍ୟର ମୋଟ୍ ୩୬ ହଜାର ୬୦୬ ବୁଥ୍ ମଧ୍ୟରୁ କେଉଁ ବୁଥ୍ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ତା’ଉପରେ ମଧ୍ୟ ଆଲୋଚନା ହୋଇଛି। ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ସିସିଟିଭି ଲଗାଯିବା ସହ ୱେବ୍‌ କାଷ୍ଟିଂର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ଆଜିର ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ସର୍ଭେଲାନ୍ସ ଟିମ୍, ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍‌ ଓ ଅବକାରୀ ଟିମ୍, ପ୍ରତିଦିନ ଆଇନ ଶୃଙ୍ଖଳା ରିପୋର୍ଟିଂ ଓ ଫୋର୍ସ ମୁତୟନ ଯୋଜନା ପାଇଁ କମିଟି ଗଠନ କରାଯିବ। ଜିଲ୍ଲାସ୍ତରର ପୁଲିସଠୁ ଆରମ୍ଭ କରି ରାଜ୍ୟସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯିବ। ଫେବ୍ରୁୟାରୀ ୧୫ ଭିତରେ ପ୍ରଶିକ୍ଷଣ ଶେଷ ହେବ। ଫୋକସ୍‌ରେ ମାଓବାଦୀ ପ୍ରଭାବିତ ‌ଅଞ୍ଚଳ ରହିବ ବୋଲି କହିଛନ୍ତି ପୁଲିସ ଡିଜି ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା।



from Odisha Reporter http://bit.ly/2RqHvrt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages