ସ୍ୱାସ୍ଥ୍ୟ ପାଇଁ ଏମିତି ଉପକାରୀ ହଳଦୀ ତେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ସ୍ୱାସ୍ଥ୍ୟ ପାଇଁ ଏମିତି ଉପକାରୀ ହଳଦୀ ତେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆମେ ପ୍ରାୟ ସମସ୍ତେ ହଳଦୀକୁ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥା’ନ୍ତି। ଏହା କେବଳ ଖାଦ୍ୟକୁ ରଙ୍ଗ ଓ ସ୍ୱାଦ ଦିଏ ନାହିଁ, ବରଂ ଶରୀରର ଅନେକ ଉପକାର କରିଥାଏ। ତେବେ ଖାଲି ହଳଦୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା’ ନୁହେଁ, ଏହାର ତେଲ ମଧ୍ୟ ଖୁବ୍‌ ଲାଭଦାୟକ। ହଳଦୀ ତେଲ ହଳଦୀ ଚେରରୁ ପ୍ରସ୍ତୁତ ହୋଇଥାଏ। ଅନେକ ଔଷଧୀୟ ଗୁଣ ଭରି ରହିଥିବାରୁ ଏହି ତେଲ ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ।

ହଳଦୀ ତେଲର ଉପକାରିତା ବିଷୟରେ ଏବେ ଆସନ୍ତୁ ଜାଣିବା।

୧. ହଳଦୀ ତେଲ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇବାରେ ସହାୟକ ହୁଏ। ଏଥିରେ ଥିବା ଲିପୋପଲିସାକରାଇଡ୍ ତତ୍ତ୍ୱ ଶରୀରର ଇମ୍ୟୁନି ସିଷ୍ଟମକୁ ସୁଦୃଢ଼ କରିବା ଫଳରେ ରୋଗର ହେବାର ଆଶଙ୍କା ଦୂର ହୋଇଥାଏ।

୨. ହୃଦ୍‌ରୋଗୀଙ୍କ ପାଇଁ ହଳଦୀ ତେଲ ଖୁବ୍‌ ଉପକାରୀ। ଏହି ତେଲରେ ରୋଷେଇ କରି ଖାଇଲେ ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ହୋଇଥାଏ। ଏହା ଫଳରେ ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହୃଦ୍‌ଘାତ ହେବାର ଆଶଙ୍କା କମ୍ ହୋଇଯାଏ।

୩. ହଳଦୀ ତେଲ ମାନସିକ ଅବସାଦଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ। ଏହା ମନର ଅବସାଦ ଦୂର କରିବାରେ ଭଲ କାମ କରିଥାଏ। ହଳଦୀ ତେଲକୁ ହାତରେ ନେଇ ସାମାନ୍ୟ ମାଲିସ କଲେ ଏହାର ସୁଗନ୍ଧରେ ମନ ସତେଜ ହୋଇଯାଏ। ଓ ଅବସାଦ ମଧ୍ୟ ଦୂର ହୋଇଥାଏ।

୪. ଦାନ୍ତ ମାଢ଼ି ଦରଜ ହେଉଥିଲେ ସଙ୍ଗେ ସଙ୍ଗେ ଟୁଥ୍ ପେଷ୍ଟରେ କିଛି ହଳଦୀ ତେଲ ମିଶାଇ ୨ ମିନିଟ୍ ଯାଏ ଭଲରେ ଘଷନ୍ତୁ। ଦେଖିବେ, କିଛି ସମୟ ପରେ ମାଢ଼ି ଦରଜ ଆପେ ଆପେ ଦୂର ହୋଇଯିବ।

୫. ଆଣ୍ଠୁ ଗଣ୍ଠି ବା ମାଂସପେଶୀରେ ବିନ୍ଧା ହେଉଥିଲେ, ହଳଦୀ ତେଲକୁ ମାଲିସ କରନ୍ତୁ। ଏହି ତେଲରେ ଥିବା ଆଣ୍ଟିଇନ୍‌ଫ୍ଲାମେଟରୀ ଗୁଣ ଏହି ଦରଜକୁ ବହୁତ ଶୀଘ୍ର ଦୂର କରିଥାଏ।



from Odisha Reporter http://bit.ly/2H7udfz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages