ପୂଜା କରିବା ବେଳେ ପତ୍ନୀଙ୍କୁ ସ୍ୱାମୀଙ୍କ କେଉଁ ପାର୍ଶ୍ୱରେ ବସିବା ଉଚିତ୍‌, ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ପୂଜା କରିବା ବେଳେ ପତ୍ନୀଙ୍କୁ ସ୍ୱାମୀଙ୍କ କେଉଁ ପାର୍ଶ୍ୱରେ ବସିବା ଉଚିତ୍‌, ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ପତ୍ନୀଙ୍କୁ ପତିର ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ । ଏଣୁ ଦୁହିଁଙ୍କୁ ଏକା ସଙ୍ଗେ ପୂଜାରେ ବସିବା ଅନିବାର୍ଯ୍ୟ ବୋଲି କୁହାଯାଇଛି। ସପତ୍ନୀକ ପୂଜାରେ ବସିଲେ ସୁଫଳ ଦୁଇଗୁଣ ପ୍ରାପ୍ତ ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି।  କୁହାଯାଏ ସ୍ୱାମୀଙ୍କୁ କେବେବି ନିଜ ପତ୍ନୀଙ୍କ ଛଡ଼ା କୌଣସି ପୂଜାରେ ଏକୁଟିଆ ବସିବା ଉଚିତ୍‌ ନୁହେଁ।

କିନ୍ତୁ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ, ପୂଜାରେ ବସିଲା ବେଳେ ପତ୍ନୀଙ୍କୁ ସ୍ୱାମୀଙ୍କୁ କେଉଁ ପାର୍ଶ୍ୱରେ ରହିବା କଥା? ଆଉ କେଉଁ ପାର୍ଶ୍ୱରେ ବସିବା ଶୁଭ ?

ତେବେ ଚାଲନ୍ତୁ ଆଜି ସେହି ବିଷୟରେ ଆଲୋଚନା କରିବା।

ଶାସ୍ତ୍ରରେ କୁହାଯାଏ ପୂଜାରେ ପତ୍ନୀଙ୍କୁ ସବୁବେଳେ ନିଜ ସ୍ୱାମୀଙ୍କୁ ଡାହାଣ ପାର୍ଶ୍ୱରେ ବସିବା ଉଚିତ୍‌। ଏହା ସହ ଯଜ୍ଞ, ହୋମ, ବ୍ରତ,  ଦେବଯାତ୍ରା ତଥା ବିବାହ ଇତ୍ୟାଦି କର୍ମରେ ବି ପତ୍ନୀଙ୍କୁ ନିଜ ସ୍ୱାମୀଙ୍କ ଡାହାଣ କଡ଼ରେ ବସିବା ଶୁଭ ବୋଲି ମନାଯାଏ।  ଶାସ୍ତ୍ରରେ କୁହାଯାଏ ଏହି କଥାର ଧ୍ୟାନ ରଖିଲେ  ଉପୋରୋକ୍ତ କର୍ମର ଉଚିତ୍‌ ଫଳ ପ୍ରାପ୍ତ ହୋଇଥାଏ।

ଧ୍ୟାନ୍‌ ରଖନ୍ତୁ: ଏମିତି ନ କରିବା କୌଣସି ପ୍ରକାର ଅପରାଧ ନୁହେଁ। କିନ୍ତୁ ଏମିତି କରିବା ଦ୍ୱାରା ଶୁଭ ହୋଇଥାଏ ବୋଲି କୁହାଯାଏ।



from Odisha Reporter http://bit.ly/2LSHFSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages