ଭର୍ତ୍ତୃହରି-ଅଖିଲେଶ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଭର୍ତ୍ତୃହରି-ଅଖିଲେଶ ଆଲୋଚନା

akhileshMAHATAB

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ବିଜେଡି ଅଭିଯାନ ଚଳାଇଛି। ବିଭିନ୍ନ ଦଳର ମୁଖ୍ୟମାନଙ୍କୁ ବିଜେଡି ନେତାମାନେ ଭେଟି ଏ ଦାବିକୁ ସମର୍ଥନ ଜଣାଇବାକୁ ଅନୁରୋଧ କରୁଛନ୍ତି। ଏହି ପରିପେକ୍ଷୀରେ ଆଜି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସହ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଲୋଚନା କରିଛନ୍ତି।

ଆଜି ନୂଆଦିଲ୍ଲୀ ସ୍ଥିତ ଭର୍ତ୍ତୃହରି ମହତାବଙ୍କ ବାସଭବନକୁ ଅଖିଲେଶ ଯାଦବ ଆସିଥିଲେ। ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଅଧା ଘଣ୍ଟା ଧରି ଆଲୋଚନା ହୋଇଥିଲା। ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ସମ୍ପର୍କରେ ବି ସେମାନେ ଆଲୋଚନା କରିଥିଲେ। ବିଜେଡିର ଅଭିଯାନକୁ ଅଖିଲେଶ ପ୍ରଶଂସା କରିଛନ୍ତି।

ଦୁଇ ଦିନ ତଳେ ବିଜେଡି ସାଂସଦ ପିନାକୀ ମିଶ୍ର ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ ମୁଖ୍ୟ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଭେଟିବା ସହିତ ସଂସଦ ଏବଂ ସମସ୍ତ ବିଧାନସଭା କ୍ଷେତ୍ରରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ବିଲ୍‌ ପାଇଁ ସମର୍ଥନ ଲୋଡ଼ିଥିଲେ। ଏହି ଭେଟ ଫାରୁକ୍‌ଙ୍କ ଦିଲ୍ଲୀସ୍ଥିତ ବାସଭବନଠାରେ ହୋଇଥିଲା।
ଏହି ଅବସରରେ ଫାରୁକ୍‌ଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ପତ୍ର ଦେଇଥିଲେ ପିନାକୀ। ପୂର୍ବରୁ ବିଜେଡିର ଏକ ପ୍ରତିନିଧି ଦଳ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକ ଦଳ ମୁଖ୍ୟ ଅଭୟ ସିଂହ ଚୌତାଲାଙ୍କୁ ଭେଟିଥିଲେ।
ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍‌ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍‌ ପାଇଁ ସଂକଳ୍ପ ପାରିତ କରିବା ସହିତ ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏଥିପାଇଁ ଆହ୍ୱାନ କରିଥିଲେ। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାକୁ ପ୍ରଥମ କରି ସମର୍ଥନ ଜଣାଇ ପଞ୍ଜାବ ବିଧାନସଭାରେ ସଂକଳ୍ପ ପାରିତ କରିଛନ୍ତି।



from Odisha Reporter http://bit.ly/2sdH2up

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages