
ସିଡ୍ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଓପନର୍ ମୟଙ୍କ ଅଗ୍ରୱାଲ୍ ଭଲ ପ୍ରଦର୍ଶନ କରିଛନ୍ତି। ସେ ୭୭ ରନ୍ କରିଛନ୍ତି। ୧୧୨ଟି ବଲ୍ରୁ ୭ ଚୌକା ଓ ୨ ଛକା ସହାୟତାରେ ୭୭ ରନ୍ କରି ସେ ନେଥନ ଲିଅନଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଏହି ଅର୍ଦ୍ଧ ଶତକ ସହିତ ସେ ସୁନୀଲ ଗାଭାସ୍କର ଓ ପୃଥ୍ୱୀ ଶ’ଙ୍କ କ୍ଳବ୍ରେ ସାମିଲ ହୋଇଯାଇଛନ୍ତି। ଗାଭାସ୍କର ଓ ଶ’ଙ୍କ ପରେ ସେ ହେଉଛନ୍ତି ତୃତୀୟ ଭାରତୀୟ ଓପନର ଯିଏ ଟେଷ୍ଟ୍ କ୍ୟାରିୟରର ପ୍ରଥମ ତିନିଟି ଇନିଂସ୍ରୁ ଦୁଇଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି।
ସେହିଭଳି ମୟଙ୍କ ହେଉଛନ୍ତି ଅଷ୍ଟମ ଭାରତୀୟ ଓପନର ଯିଏ ଅଷ୍ଟ୍ରେଲିଆରେ ଅତିକମ୍ରେ ଦୁଇ ଥର ପଚାଶରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି।
ମେଲବର୍ଣ୍ଣରେ ଖେଳା ଯାଇଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ମୟଙ୍କ ଓପନର ଭାବେ ଆସିଥିଲେ ଓ ୧୬୧ ବଲ୍ରୁ ୭୬ ରନ୍ କରିଥିଲେ। ସେହିପରି ଦ୍ୱିତୀୟ ଇନିଂସ୍ରେ ସେ ୪୨ ରନ୍ କରିଥିଲେ।
(ତଥ୍ୟ- ହିନ୍ଦୁସ୍ତାନ ଟାଇମ୍ସ)
from Odisha Reporter http://bit.ly/2StL9Ow
No comments:
Post a Comment