
ସିଡ୍ନୀ: ସିଡ୍ନୀ ଟେଷ୍ଟରେ ଭାରତୀୟ ଦଳ ଜିତି ସିରିଜ୍ ହାତେଇବ କିମ୍ବା ଅଷ୍ଟ୍ରେଲିଆ ଜିତି ସିରିଜ୍ ଡ୍ର ରଖିବ, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଏହାର ବହୁପୂର୍ବରୁ ବିରାଟ ହୃଦୟ ସହିତ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିତିଛନ୍ତି କୋହଲି। ତାଙ୍କର ପ୍ୟାଡ୍ ଷ୍ଟିକର୍, ବ୍ୟାଟ୍ ଷ୍ଟିକର୍, ଗ୍ଲୋଭ୍ସ ଏବଂ ଗ୍ରିପ୍ ଆଜି ଗୋଲାପୀ ରଙ୍ଗର ଥିଲା। ଏହା ତାଙ୍କର ରଙ୍ଗୀନ୍ ମିଜାଜ୍ ପାଇଁ ନୁହେଁ, ବରଂ ଏକ ମହତ୍ କାରଣ ପାଇଁ ଉଦ୍ଦିଷ୍ଟ ଥିଲା।
India skipper Virat Kohli showing his support for the #PinkTest @McGrathFdn #AUSvIND pic.twitter.com/DlA6N9EZHX
— cricket.com.au (@cricketcomau) January 3, 2019
ଅଷ୍ଟ୍ରେଲିଆରେ ନୂତନ ବର୍ଷର ଟେଷ୍ଟ ପିଙ୍କ୍ ଟେଷ୍ଟଭାବେ ମଧ୍ୟ ଖ୍ୟାତି ଲାଭ କରିଛି। ‘ସ୍ତନ କର୍କଟ’ ପାଇଁ ଜନସଚେତନତା କ୍ଷେତ୍ରରେ କାର୍ଯ୍ୟରତ ମ୍ୟାକ୍ଗ୍ରାଥ ଫାଉଣ୍ଡେସନ୍ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସିଡ୍ନୀ ଷ୍ଟାଡିଅମ୍ରେ ଏହି ମ୍ୟାଚ୍ ଖେଳାଯାଇଥାଏ। ୨୦୦୯ ମସିହାରେ ପ୍ରଥମ ପିଙ୍କ ଟେଷ୍ଟ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହା ପରଠାରୁ ଏହା ପରମ୍ପରାରେ ପରିଣତ ହୋଇଛି।
ଆଜି ମୟଙ୍କ ଅଗ୍ରୱାଲ ୭୭ ରନ୍ରେ ଆଉଟ୍ ହେବାପରେ ଗୋଲାପୀ ଥିମ୍ରେ ଆସିଥିବା ବିରାଟ୍ ଏହି ଉଦ୍ଦେଶ୍ୟକୁ ସମର୍ଥନ ଜଣାଇ ନିଜ ଷ୍ଟାଇଲ୍ରେ କ୍ରିଜ୍କୁ ଓହ୍ଲାଇଥିବା ସ୍ପଷ୍ଟ ହୋଇଯାଇଥିଲା।
The Australian Men's Cricket Team donned their Baggy Pink's today to help preview the Domain Pink Test, all in the name of raising much needed funds for the @McGrathFdn #itsyourpinktest #mcgrathfoundation pic.twitter.com/5CmvoYS6W3
— Cricket Australia (@CricketAus) January 2, 2019
ଏହି ଦିନ ଗୋଲାପୀ ରଙ୍ଗର ବାଉଣ୍ଡରୀ ଏବଂ ୱିକେଟ୍ ମଧ୍ୟ ବ୍ୟବହାର କରାଯାଇଥାଏ। ପ୍ରସିଦ୍ଧ ଦ୍ରୁତ ବୋଲର ମ୍ୟାକ୍ଗ୍ରାଥଙ୍କ ପତ୍ନୀ ଜେନ୍ ମ୍ୟାକ୍ଗ୍ରାଥ ସ୍ତନ କର୍କଟ ରୋଗରେ ପ୍ରାଣ ହରାଇଥିବାରୁ ତାଙ୍କ ସମ୍ମାନାର୍ଥେ ଏହି ଟେଷ୍ଟ ଆୟୋଜନ କରାଯାଉଛି।
from Odisha Reporter http://bit.ly/2AvfOE1
No comments:
Post a Comment