ଜାହଜରେ ଲାଗିଲା ନିଆଁ, ଭାରତୀୟଙ୍କ ସମେତ ୧୪ ଜୀବନ୍ତ ଦଗ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଜାହଜରେ ଲାଗିଲା ନିଆଁ, ଭାରତୀୟଙ୍କ ସମେତ ୧୪ ଜୀବନ୍ତ ଦଗ୍ଧ

ମସ୍କୋ: ଭାରତ, ତୁର୍କୀ ଓ ଲିବ୍ୟାର ସଦ୍ୟସମାନଙ୍କୁ ନେଇ ଯାଉଥିବା ଦୁଇଟି ଜାହଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରୁଷ୍‌ ଜଳ ଭାଗରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଭାରତୀୟଙ୍କ ସମେତ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏଭଳି ଅଗ୍ନିକାଣ୍ଡ ଘଟିଥିଲା।

ଉଭୟ ଜାହଜରେ ତାନଜିନିଆ ପତାକା ଲାଗିଥିଲା। ଗୋଟିଏ ଜାହଜରେ ଲିକ୍ୟୁଫାଏଡ୍‌ ପ୍ରାକୃତିକ ଗ୍ୟାସ ରହିଥିବା ବେଳେ ଅନ୍ୟଟିରେ ଟ୍ୟାଙ୍କର ରହିଥିଲା। ଗୋଟିଏ ଜାହଜରୁ ଅନ୍ୟ ଜାହଜକୁ ତେଲ ନିଆଯାଉଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା।

ଗୋଟିଏ ଜାହଜରେ ୯ ଜଣ ତୁର୍କୀ ନାଗରିକ ଓ ୮ ଜଣ ଭାରତୀୟ ନାଗରିକ ରହିଥିଲେ। ସେହିପରି ଅନ୍ୟ ଜାହଜରେ ୭ ଜଣ ତୁର୍କୀ, ୭ ଜଣ ଭାରତୀୟ ଓ ଲିବ୍ୟାର ଜଣେ ଇଣ୍ଟର୍ଣ୍ଣ ରହିଥିଲେ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୨ ଜଣଙ୍କୁ ରୁଷ ତଟରକ୍ଷୀ ବାହିନୀ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ତଥାପି ଏବେ ବି ୬ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2FHgzhx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages