ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ

congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ପୀଡ଼ିତା ପରିବାରକୁ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ସାକ୍ଷାତ କରିଛନ୍ତି। ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ପିପିଲି ଅର୍ଜୁନଗୋଦା ଗ୍ରାମ ଗସ୍ତ କରି ମୃତ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିବା ସହ ସେମାନଙ୍କ ପରିବାରକୁ ବିଜେଡି ନେତୃତ୍ୱାଧୀନ ନବୀନ ସରକାର ଓ ବିଜେପି ନେତୃତ୍ୱାଧୀନ ମୋଦି ସରକାର ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି।

ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ଖୁବଶୀଘ୍ର ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବ। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିଲେ ମଧ୍ୟ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ଘୋର ଅବହେଳା କରିଥିବାରୁ ସର୍ବସାଧାରଣରେ ସେ କ୍ଷମା ନମାଗିଲେ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଜେନାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଜେଡିର ସାଂସଦମାନେ ସଂସଦରେ ବିଜେପିକୁ ସବୁ କ୍ଷେତ୍ରରେ ସହଯୋଗ କରି ଆସୁଛନ୍ତି। ଉଭୟ ସରକାର ସମପରିମାଣରେ ମହିଳାମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ମା’କୁ ସମ୍ମାନ, ଗାଁ’କୁ କାମ ଏବଂ ବେଟି ବଚାଓ, ବେଟି ପଢ଼ାଓ ଭଳି ଫମ୍ପା ନାରା କୋଟି କୋଟି ମହିଳାଙ୍କ ଭାବାବେଗକୁ ଆଘାତ ଦେଇଛି। ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥି ଇସ୍ତଫା ଦେଇଥିଲେ ମଧ୍ୟ ଏହା ମୁଖ୍ୟମନ୍ତ୍ରୀଙ୍କର ଏକ ନାଟକ ଛଡ଼ା ଆଉ କିଛି ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଏହି ପ୍ରତିନିଧି ଦଳରେ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସାଂସଦ ସୁସ୍ମିତା ଦେବ, ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ, ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଶିବାନନ୍ଦ ରାୟ, ପିସିସି ଶୃଙ୍ଖଳା କମିଟି ସଦସ୍ୟ ଧରଣୀଧର ନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ରାଷ୍ଟ୍ରୀୟ ଯୁବ କଂଗ୍ରେସର ପୂର୍ବତନ ସଂପାଦକ ମାନସ ମଲ୍ଲିକ ପ୍ରମୁଖ ନିରୁପମା ପାତ୍ର, ପ୍ରଭାବତୀ ପଟ୍ଟନାୟକ,ସ୍ୱାଧୀନବାଳା ଦାସ, କୁସୁମ ପ୍ରଧାନ, ଭାଗ୍ୟଶ୍ରୀ ପ୍ରଧାନ, ବିଷ୍ଣୁପ୍ରିୟା ସାହୁ, ଦୀପା ଚୌଧୁରୀ,ବିଶ୍ୱକଲ୍ୟାଣୀ କର, ପ୍ରଭାତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2M4i2Ps

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages