
ନୂଆଦିଲ୍ଲୀ: କରନ୍ ଜୋହରଙ୍କ ଚର୍ଚ୍ଚିତ ଶୋ’ ‘କଫି ୱିଥ୍ କରନ୍’ରେ ସେକ୍ସିଷ୍ଟ କମେଣ୍ଟ ବା ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଦୁଇ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲ। ଏହି କାର୍ଯ୍ୟ ପାଇଁ ଉଭୟଙ୍କୁ ଦୁଇଟି ଲେଖାଏ ମ୍ୟାଚ୍ରୁ ବାସନ୍ଦ କରାଯାଉ ବୋଲି ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ଅଧ୍ୟକ୍ଷ ବିନୋଦ ରାଏ କମିଟିର ସଦସ୍ୟ ଡାଏନା ଏଡୁଲଜୀଙ୍କୁ ସୁପାରିସ କରିଛନ୍ତି।
ରାୟ କହିଛନ୍ତି, “ହାର୍ଦ୍ଦିକଙ୍କ ଉତ୍ତର ମୋତେ ସନ୍ତୁଷ୍ଟ କରିପାରିନି। ଉଭୟଙ୍କୁ ଦୁଇଟି ମ୍ୟାଚ୍ରୁ ବାସନ୍ଦ କରାଯାଉ ବୋଲି ସୁପାରିସ କରିଛି। ଶେଷ ନିଷ୍ପତ୍ତି ଡାଏନା ନେବେ।” କଫି ୱିଥ୍ କରନ୍ରେ ଉଭୟଙ୍କ ମନ୍ତବ୍ୟ ପାଇଁ ବୁଧବାର ସିଓଏ ପକ୍ଷରୁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା।
ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏଡୁଲଜୀ ଏଥିରେ ଉତ୍କ୍ଷିପ୍ତ ହୋଇଥିଲେ ଏବଂ ଉଭୟଙ୍କୁ ତୁରନ୍ତ ସ୍ୱଦେଶ ଫେରିବା ନେଇ ନିଷ୍ପତ୍ତି ନେବାର ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ପରେ ଏହା କେବଳ ୨ଟି ମ୍ୟାଚ୍ରେ ବାସନ୍ଦକୁ ଖସିଆସିଛି।
ରାଏ ଆହୁରି ମଧ୍ୟ କହିଛନ୍ତି, “ ମୋ ବିଚାରରେ ଏହି ମତ କଦର୍ଯ୍ୟ, ଅରୁଚିକର ଏବଂ ଅଗ୍ରହଣୀୟ।”
from Odisha Reporter http://bit.ly/2slPwja
No comments:
Post a Comment