
ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ ଭୟଙ୍କର ରୂପ ନେଇଛି। ଏହାର ନାଁ ‘ପାବୁକ’ ରଖାଯାଇଛି। ଏହା ଏବେ ଆହୁରି ଭୟଙ୍କର ରୂପ ନେଇ ଜାନୁଆରୀ ୫ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିବ। ଏଠାରୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୬ ଜାନୁଆରୀ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ସମଗ୍ର ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ପହଞ୍ଚିବ। ସେଠାରୁ ଏହା ଗତି ପରିବର୍ତ୍ତନ କରି ଜାନୁଆରୀ ୭ କିମ୍ବା ୮ ତାରିଖ ସୁଦ୍ଧା ଦୁର୍ବଳ ହୋଇ ମିଆଁମାର ଆଡ଼େ ଗତି କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ‘ପାବୁକ’ର ପ୍ରଭାବ ଓଡ଼ିଶା ଉପରେ କଣ ରହିବ ତା’ହା ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ଆଗୁଆ ସତର୍କତା ସ୍ୱରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ୭ଟି ଜିଲ୍ଲାକୁ ଆଲର୍ଟ ରହିବାକୁ କୁହାଯାଇଛି। ଏନେଇ ଏସ୍ଆର୍ସିଙ୍କ ପକ୍ଷରୁ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଂଜାମ ଓ ଖୋର୍ଦ୍ଧା।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ପାବୁକ’ ଅଣ୍ଡାମାନଠାରୁ ୧୫ଶହ କିମି ଦୂରରେ ରହିଛି । କିନ୍ତୁ ପାବୁକ ଏବେ ଚୀନ୍, ଭିଏତନାମ ଏବଂ ମ୍ୟାଲେସିୟାରେ ତାଣ୍ଡବ ରଚୁଛି। ଥାଇଲ୍ୟାଣ୍ଡରେ ମଧ୍ୟ ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି।
ଏହା ୫ ତାଖ ସୁଦ୍ଧା ଦିଗ ବଦଳାଇ ଆଣ୍ଡାମାନ ସାଗର ଅଭିମୁଖେ ଗତି କରିବ। ଏହାର ପ୍ରଭାବରେ ୫ ତାରିଖଠାରୁ ପଞ୍ଜାବ, ଉତ୍ତର ହରିଆଣା, ଚଣ୍ଡିଗଡ଼ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ବେଗ ୫୫ରୁ ୬୫ କିମି ଏବଂ ବେଳେବେଳେ ଏହା ୭୫ କିମି ଛୁଇଁବାର ସମ୍ଭାବନା ରହିଛି। ୭ ତାରିଖ ଯାଏ ଉତ୍ତର ପୂର୍ବ ଭାରତରେ ଏଭଳି ପାଗ ଲାଗି ରହିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
from Odisha Reporter http://bit.ly/2F5ogxJ
No comments:
Post a Comment