ବୁଆ-ବବୁଆ ମେଣ୍ଟକୁ ଆର୍‌ଏଲ୍‌ଡି ଅଡ଼ୁଆ! ରଖିଲା ଏମିତି ସର୍ତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ବୁଆ-ବବୁଆ ମେଣ୍ଟକୁ ଆର୍‌ଏଲ୍‌ଡି ଅଡ଼ୁଆ! ରଖିଲା ଏମିତି ସର୍ତ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବୁଆ ଭାବେ ପରିଚିତ ମାୟାବତୀ ଓ ବବୁଆ ଭାବେ ପରିଚିତ ଅଖିଲେଶ ଯାଦବଙ୍କ ମେଣ୍ଟରେ ସାମିଲ ହେବା ପାଇଁ ଅଜିତ ସିଂହଙ୍କ ଆର୍‌ଏଲ୍‌ଡି ଆଗ୍ରହ ପ୍ରକାଶ କରିଛି। ତେବେ ଏଥିପାଇଁ ଦଳ ମେଣ୍ଟ ଆଗରେ ଏକ ସର୍ତ୍ତ ଉପସ୍ଥାପନ କରିଛି। ଯେଉଁଥିରେ ଆର୍‌ଏଲ୍‌ଡି ଉତ୍ତର ପ୍ରଦେଶର ୮୦ଟି ଆସନରୁ ୫ଟିରେ ଲଢ଼ିବାକୁ ପ୍ରସ୍ତାବ ଦେଇଛି। ଏଥିରେ କୈରାନା ଭଳି ଗୁରୁତ୍ୱପୂର୍ଣ୍ଣ ଆସନ ରହିଛି। ଯାହାକୁ ନେଇ ଏବେ ବୁଆ-ବବୁଆ ଯୋଡ଼ି ଅଡ଼ୁଆରେ ପଡ଼ିଛନ୍ତି।

ଶନିବାର ମାୟାବତୀ ଓ ଅଖିଲେଶ ୮୦ଟି ଆସନରୁ ୩୮ଟି ଲେଖାଏ ଶିଟ୍‌ରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଥିବା ବେଳେ ବାକି ୪ଟି ଆସନ ଛାଡ଼ି ଦେଇଥିଲେ। ଏଥିରେ କଂଗ୍ରେସର ଗଡ଼ କୁହାଯାଉଥିବା ଆମେଥି ଓ ରାଏବରେଲି ରହିଥିଲା। ବାକି ଦୁଇ ଆସନ ଆରଏଲ୍‌ଡି ପାଇଁ ରହିଥିବା ପରୋକ୍ଷରେ ବୁଆ ବବୁଆ ଯୋଡ଼ି କହିଥିଲେ।

ହେଲେ ଏବେ ଆରଏଲ୍‌ଡି ୫ଟି ଆସନ ଦାବି କରି ସବୁ କିଛି ଓଲଟପାଲଟ କରିଦେଇଛି। ତେବେ ମାୟାବତୀ ନୁହେଁ ବରଂ ଅଖିଲେଶ ନିଜ ଭାଗରୁ ଆରଏଲ୍‌ଡିକୁ ଶିଟ୍‌ ଦେବ ବୋଲି କୁହାଯାଉଛି।

ଆଜି ଆର୍‌ଏଲ୍‌ଡି ଉପ ସଭାପତି ତଥା ଅଜିତ ସିଂହଙ୍କ ପୁଅ ଜୟନ୍ତ ଚୌଧୁରୀ ଆଜି ଲକ୍ଷ୍ନୌଠାରେ ଅଖିଲେଶ ଯାଦବଙ୍କ ସହ ଶିଟ୍‌ ଶେୟାରିଂ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାପରେ ସେ କହିଛନ୍ତି,“ଆମେ ଶିଟ୍‌ ଶେୟାରିଂକୁ ନେଇ ଆଲୋଚନା କରିଛୁ। ଖୁବ୍‌ଶୀଘ୍ର ଏସମ୍ପର୍କରେ ଘୋଷଣା କରାଯିବ।”

ସୂତ୍ର ଅନୁସାରେ, ଆରଏଲ୍‌ଡି ମୁଜାଫରନଗର,ଭଗପଟ,ମଥୁରା,କୈରାନା ଓ ହାର୍ଥସ ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଛି। ତେବେ ମୁଜାଫରନଗର ଓ ଭଗପଟ ଅଜିତ ସିଂହ ଗଡ଼ କୁହାଯାଉଥିବାରୁ ଏହି ଦୁଇଟି ଆସନ ଆରଏଲ୍‌ଡିକୁ ଦେବାକୁ ବୁଆ ବବୁଆମେଣ୍ଟଙ୍କ ପାଖରେ କୌଣସି ଅସୁବିଧା ନାହିଁ।

ତେବେ ଏହା ବ୍ୟତୀତ ଏମାନେ ଆର୍‌ଏଲ୍‌ଡିକୁ କୌଣସି ଆସନ ଦେବାକୁ ଚାହୁଁନାହାନ୍ତି। କିନ୍ତୁ କୈରାନା ଶିଟ୍‌ରେ ଆରଏଲ୍‌ଡି ଉପ ନିର୍ବାଚନରେ ଜିତିଥିବାରୁ ଦଳ ଏହି ଆସନରେ ମଧ୍ୟ ପ୍ରାର୍ଥୀ ଦେବାକୁ ଚାହୁଁଛି। ହେଲେ ଏଥିରେ ବୁଆ-ବବୁଆ ମେଣ୍ଟ ରାଜି ନଥିବା କୁହାଯାଉଛି। ସେହିପରି ସମାଜବାଦୀ ପାର୍ଟି ଚିହ୍ନରେ ଆରଏଲ୍‌ଡିର ଜଣେ ପ୍ରାର୍ଥୀ ଲଢ଼ିବାକୁ ଅଖିଲେଶ ଆଜିର ବୈଠକରେ ଜୟନ୍ତ ଚୌଧୁରୀଙ୍କୁ କହିଥିବା କୁହାଯାଉଛି।



from Odisha Reporter http://bit.ly/2RQMCRM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages