ଫ୍ୟାନ୍ସଙ୍କୁ ଏକାଠି ଆଣିବା ଲାଗି ଦୀପିକା-ଶ୍ରୀସାନ୍ତ ଏକାଠି କଲେ ଲାଇଭ ଚ୍ୟାଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ଫ୍ୟାନ୍ସଙ୍କୁ ଏକାଠି ଆଣିବା ଲାଗି ଦୀପିକା-ଶ୍ରୀସାନ୍ତ ଏକାଠି କଲେ ଲାଇଭ ଚ୍ୟାଟ୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଦୀପିକା କକ୍କଡ଼ ଇବ୍ରାହିମ୍‌ ‘ବିଗ୍‌ ବସ୍‌-୧୨’ର ବିଜେତା ହେବା ପରେ ସୋଶାଲ୍‌ ମିଡିଆରେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି। ଗୋଟେପଟେ ଫ୍ୟାନ୍ସ୍‌ ଦୀପିକାଙ୍କ ଟ୍ରଫି ଜିତିବାର ଖୁସି ମନାଉଥିବାବେଳେ ଅନ୍ୟପଟେ ଶ୍ରୀସାନ୍ତଙ୍କ ପରାଜୟ ଯୋଗୁ ନିରାଶ ହୋଇ ତାଙ୍କର କିଛି ଫ୍ୟାନ୍ସ ଦୀପିକାଙ୍କୁ ଏବେ ଟାର୍ଗେଟ୍‌ କରିଛନ୍ତି। ଶ୍ରୀସାନ୍ତଙ୍କ କିଛି ଫ୍ୟାନ୍ସ ଦୀପିକାଙ୍କୁ ଅନେକ ଗାଳି ଗୁଲଜ କରିବା ସହ ତାଙ୍କ ଉପରକୁ ଏସିଡ୍ ମାଡ଼ର ମଧ୍ୟ ଧମକ ଦେଇଛନ୍ତି। ଏ ଘଟଣାର ତଦନ୍ତ ପାଇଁ ଦୀପିକାଙ୍କ ଫ୍ୟାନ୍ସ ମୁମ୍ବାଇ ପୁଲିସ୍‌କୁ ଅନୁରୋଧ ମଧ୍ୟ କରିଛନ୍ତି।

ତେବେ ପରିସ୍ଥିତି ଜଟିଳ ହେବା ଦେଖି ଏବେ, ଶ୍ରୀସାନ୍ତ ଓ ଦୀପିକା ଏକ ଲାଇଭ୍‌ ଚ୍ୟାଟ୍‌ର ଭିଡିଓ  ସୋଶାଲ ମିଡିଆରେ ଅପଲୋଡ୍‌ କରିଛନ୍ତି। ଏହି ଭିଡିଓରେ ଶ୍ରୀସାନ୍ତ ତାଙ୍କ ଫ୍ୟାନମାନଙ୍କୁ ଦୀପିକାଙ୍କୁ ସପୋର୍ଟ କରିବାକୁ କହିଛନ୍ତି। ଦୀପିକା ମଧ୍ୟ ଭାଇଭଉଣୀ ଉଭୟଙ୍କୁ ଏକାଠି ଭଲପାଇବା ଦେବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି। ଭିଡିଓରେ ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ୍‌, ଶ୍ରୀସାନ୍ତ, ତାଙ୍କ ପତ୍ନୀ ଓ ପୁଅ-ଝିଅ ଏକାଠି ବସି ମଜା କରୁଥିବା ନଜର ଆସିଛି। ଦୀପିକା ଓ ଶ୍ରୀସାନ୍ତ ନିଜ ନିଜ ଫ୍ୟାନ୍ସଙ୍କୁ ଏକାଠି ହୋଇ ‘ଶ୍ରୀପିକା’ଙ୍କୁ ସପୋର୍ଟ କରିବାକୁ ଅପିଲ୍ କରିଛନ୍ତି।

ଏହା ପୂର୍ବରୁ ବିଗ୍‌ ବସ୍‌-୧୨’ର ଟ୍ରଫି ଶ୍ରୀସାନ୍ତଙ୍କ ହାତରୁ ଖସିଯିବା ପରେ ତାଙ୍କର କେତେକ ଫ୍ୟାନ୍ସ ନିରାଶ ହୋଇ କାନ୍ଦିଥିବାବେଳେ କିଛି ହାତ କାଟିଥିବା ଜଣାପଡ଼ିଥିଲା। ତେଣୁ ଶ୍ରୀସାନ୍ତ ଏକ ସାକ୍ଷାତକାରରେ ନିଜ ଫ୍ୟାନ୍ସମାନଙ୍କୁ ନିରାଶ କରିଥିବାରୁ କ୍ଷମା ମାଗିବା ସହ ଏଭଳି ପାଗଳାମି ନ କରିବାକୁ ଅନୁରୋଧ କରିଥିଲେ।



from Odisha Reporter http://bit.ly/2H2pfAv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages