ପୁଣି ୪ ଜଣ ସାଂସଦ ଲୋକସଭାରୁ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ପୁଣି ୪ ଜଣ ସାଂସଦ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ଲୋକସଭାରେ ବାରମ୍ବାର ବିଶୃଙ୍ଖଳା କରୁଥିବାରୁ ଆଜି ବାଚସ୍ପତି ସୁମିତ୍ରା ମହାଜନ ପୁଣି ୪ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେର ହୋଇଥିବା ବେଳେ ଜଣେ ଟିଡିପି ସାଂସଦ। ଏମାନଙ୍କୁ ଲୋଭସଭାର ଦୁଇଟି କାର୍ଯ୍ୟ ଦିବସରୁ ନିଲମ୍ବନ କରାଯାଇଛି। ଆସନ୍ତାକାଲି ଲୋକସଭା ଶୀତ ଅଧିବେଶନର ଶେଷ ଦିନ ହୋଇଥିବା ବେଳେ ଏହି ସାଂସଦମାନେ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ।

ପୂର୍ବରୁ ମଧ୍ୟ ବାଚସ୍ପତି ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ। ଏମାନଙ୍କ ମଧ୍ୟରେ ଏଆଇଏଡିଏମକେର ୩୧ ଜଣ ସାଂସଦ ଥିବା ବେଳେ ଟିଡିପିର ୧୪ ଜଣ ସାଂସଦ ରହିଥିଲେ।

ଏଆଇଏଡିଏମକେର ସାଂସଦମାନେ କାବେରୀ ଜଳ ବୋର୍ଡ ନିର୍ମାଣ ପାଇଁ ଦାବି କରୁଥିବା ବେଳେ ଟିଡିପି ସାଂସଦମାନେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିରେ ଶୀତ ଅଧିବେଶନର ପ୍ରଥମ ଦିନରୁ ହୋହଲ୍ଲା କରୁଛନ୍ତି। ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଉଭୟ ଏଆଇଏଡିଏମକେ ଓ ଟିଡିପି ସାଂସଦମାନେ ହଟ୍ଟଗୋଳ କରିଥିଲେ।

ବାଚସ୍ପତି ଏମାନଙ୍କୁ ଦାଗିଦ କରିଥିଲେ ହେଁ ଏମାନେ ଆଦୌ ଶୁଣି ନଥିଲେ। ଫଳରେ ଶ୍ରୀମତୀ ମହାଜନ ଏମାନଙ୍କୁ ଗୃହରୁ ଦୁଇ ଦିନ ପାଇଁ ବାହାର କରିଦେଇଛନ୍ତି।



from Odisha Reporter http://bit.ly/2Rz33SE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages