
କେନ୍ଦ୍ରାପଡ଼ା( ମନୋଜ ସ୍ୱାଇଁ): ଗତ ଶନିବାର କେନ୍ଦ୍ରାପଡ଼ାରେ ଏକ ସମଲିଙ୍ଗୀ ବିବାହ ସମ୍ପନ୍ନ ହୋଇଛି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ଯୁବତୀ ମହାକାଳପଡ଼ା ଅଞ୍ଚଳର ଯୁବତୀଙ୍କୁ ବିବାହ କରିଛନ୍ତି। କେନ୍ଦ୍ରାପଡ଼ା ନୋଟାରୀଙ୍କ ଜରିଆରେ ଉଭୟଙ୍କ ବିବାହ ହୋଇଛି।
ଏହି ଦୁଇ ଯୁବତୀ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ। ପରେ କଟକରେ ଗୋଟିଏ କମ୍ପାନୀରେ ଚାକିରି ମଧ୍ୟ କଲେ। ତେବେ ନିକଟରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏନେଇ ସେମାନେ ଘରେ ଜଣାଇଥିଲେ। ହେଲେ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ।
ପରିବାରର ବିରୋଧର ସମ୍ମୁଖୀନ ହେବା ପରେ ଉଭୟେ ନୋଟାରୀରେ ବିବାହ କରିଥିଲେ।
ତେବେ ସାମାଜିକ ସ୍ଥିତି ଓ ଲୋକ ଲଜ୍ଜା ଭୟରେ ଏ ନେଇ ଉଭୟଙ୍କ ପରିବାର ଲୋକେ ଚୁପ୍ ରହିଛନ୍ତି।
from Odisha Reporter http://bit.ly/2D77j3W
No comments:
Post a Comment