ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟି ଫେରୁଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟି ଫେରୁଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଧମକ

dharmendrpradhan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଗଣଦୁଷ୍କର୍ମ ଶୀକାର ହୋଇଥିବା ପୀଡ଼ିତାର ପରିବାରକୁ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ପରିବାର ସଦସ୍ୟମାନଙ୍କ ସହ ଆଲୋଚନା ପରେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି। ଏହାସହିତ ପୀଡ଼ିତା ପରିବାରକୁ ନ୍ୟାୟ ଦେବା ନିମନ୍ତେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭାବପ୍ରବଣ ହୋଇ ନିଜର ଅସହାୟତା ପ୍ରକଟ କରିବା ସହ ସେ ଗଣମାଧ୍ୟମର ଶରଣ ପଶୁଛନ୍ତି ଓ ସୁରକ୍ଷା ଚାହୁଁଛନ୍ତି ବୋଲି କହିଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରରେ ଶାସକ ଦଳର ଶକ୍ତିଶାଳୀ ଲୋକମାନେ ପ୍ରଭାବୀ ହେଲାବେଳେ ଗଣମାଧ୍ୟମର ଶରଣକୁ ଯିବାକୁ ପଡ଼େ। ଗଣମାଧ୍ୟମର ବହୁତ ବଡ଼ ଭୂମିକା ରହିଛି। ଏ ରାଜ୍ୟରେ ଛବିରାଣୀ ହତ୍ୟାକାଣ୍ଡ ଲୋକଙ୍କ ମଧ୍ୟରେ ଭାବନାତ୍ମକ ପରିବର୍ତନ କରିଥିବାବେଳେ ଅଞ୍ଜନା ମିଶ୍ର ଧର୍ଷଣ ଘଟଣା ରାଜ୍ୟର ରାଜନୀତିକ ପଟ୍ଟ ପରିବର୍ତ୍ତନ କରିଛି। ଗଣମାଧ୍ୟମ ନିଜର ରିପୋର୍ଟ ମାଧ୍ୟମରେ ଏ ଅହଙ୍କାରୀ,ମଦମସ୍ତ, ବ୍ୟଭିଚାରୀ ସରକାରର ନିଦକୁ ଭାଙ୍ଗନ୍ତୁ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଏଠି ଶାସକ ଦଳ ଏବେ ଏତେ ଶକ୍ତିଶାଳୀ ଓ ବଳଶାଳୀ ହୋଇ ଉଠିଛି ଯେ ସେ ନିଜେ ମଧ୍ୟ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଅବଶ୍ୟ ଏ ରାଜ୍ୟର ପୁଲିସ ତାଙ୍କୁ ମାଲକାନଗିରିରେ ସୁରକ୍ଷା ନଦେଇ ଛାଡ଼ି ପଳାଇ ଯାଇଥିଲା। ତେବେ ଆଜି ସେ ପୀଡ଼ିତା ପରିବାରକୁ ଭେଟି ଫେରୁଥିବାବେଳେ ଦୟା ନଦୀ କୂଳରେ ଶାସକ ଦଳର କର୍ମୀମାନେ ଖୋଲାଖୋଲି ଭାବେ ପୁଲିସ ଆଗରେ ତାଙ୍କୁ ବି ଖୋଲା ଧମକ ଦେବାକୁ ପଛାଇ ନାହାନ୍ତି। ଆମେ ପୁଣି କ୍ଷମତାକୁ ଫେରିବୁ ଓ କେତେଦିନ ପର୍ଯ୍ୟନ୍ତ ପୀଡ଼ିତାର ପରିବାରକୁ ସୁରକ୍ଷା ଯୋଗାଇବ ବୋଲି ସେମାନେ ଧମକ ଦେଇଛନ୍ତି। ତାଙ୍କର ପ୍ୟାଟ୍ରୋଲିଂ ଦାୟିତ୍ୱରେ ଥିବା ପୁଲିସ ମଧ୍ୟ ଏକଥା ଶୁଣିଛି । ତାଙ୍କ ସହ ଥିବା ରାଜନୀତିକ ବ୍ୟକ୍ତିମାନେ ବି ଶୁଣିଛନ୍ତି। ସେ ମଧ୍ୟ ଏ ସମ୍ପର୍କରେ ପୁଲିସ ଡିଜିକୁ ଫୋନ୍ କରିଥିଲେ କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇପାରିନି। ବୋଧହୁଏ ଡିଜି କାର୍ଯ୍ୟ ବ୍ୟସ୍ତରେ ଥିବେ। ପୁଲିସ ଆଇଜି ଓ ଏସପିଙ୍କୁ ଖୋଜୁଛି, ମିଳୁନାହାନ୍ତି। ସେ ଅପେକ୍ଷା କରିଛନ୍ତି ପୁଲିସ ବାବୁମାନେ କେହି ତାଙ୍କ ସହ କଥା ହେବେ।

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ପୁଲିସ ସମ୍ବେଦନଶୀଳ ହେବା ଉଚିତ୍। ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ନିବେଦନ କରୁଛି, ଯେ ରକ୍ଷକ ଭକ୍ଷକ ନହୁଅନ୍ତୁ। ନୈତିକତା ଥିଲେ ମାମଲାର ତଦନ୍ତ ସିବିଆଇକୁ  ଦିଅନ୍ତୁ। ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦିଅନ୍ତୁ। ଶାସକ ଦଳ ଶକ୍ତିଶାଳୀ ହେଉ ,ସେମାନେ ପୁଣି କ୍ଷମତାକୁ ଫେରନ୍ତୁ ଆପତ୍ତି ନାହିଁ, କିନ୍ତୁ ଗୋଟିଏ ଦଳିତ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି। ତାଙ୍କ ଉପସ୍ଥିତିରେ ଶାସକ ଦଳର କର୍ମୀମାନେ କିଭଳି ପୀଡ଼ିତା ପରିବାରକୁ ଧମକଚମକ ଦେଉଛନ୍ତି ସେକଥା ସେ ଆସନ୍ତାକାଲି  ପ୍ରଧାନମନ୍ତ୍ରୀଙ୍କ କାନରେ ପକାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମନ୍ତ୍ରୀ ଇସ୍ତଫା ଦେଇଦେଲେ ପୀଡ଼ିତାକୁ ନ୍ୟାୟ ମିଳିବ ନାହିଁ। ପୀଡ଼ିତାର ପରିବାରକୁ ଧମକଚମକ ଦେବା ବନ୍ଦ ହେଉ,ତୁରନ୍ତ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ। ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ପ୍ରଧାନ ଦାବି କରିବା ସହ ଗଣମାଧ୍ୟମ ନିକଟରେ ଘଟଣାକୁ ସଠିକ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ନିବେଦନ କରିଛନ୍ତି।



from Odisha Reporter http://bit.ly/2scW1of

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages