
ରାଞ୍ଚି: ଅଷ୍ଟ୍ରେଲିଆ ବିରୋଧରେ ୩ ଟିକିଆ ଦିନିକିଆ ସିରିଜ୍ରେ ପୁଣି ଥରେ ନୀଳ ଟୋପିରେ ନଜର ଆସିବେ ମାହି ଓରଫ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏହି ସିରିଜ୍ ଏକ ରକମ ତାଙ୍କର କ୍ରିକେଟ୍ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏହା ପୂର୍ବରୁ ସେ ରାଞ୍ଚିର ଦେଓରୀ ମନ୍ଦିର ଯାଇ ଦର୍ଶନ କରିଛନ୍ତି।
ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପୂର୍ବରୁ ସେ ଏହି ମନ୍ଦିର ଯାଇଥାନ୍ତି। ୨୦୦୪ ମସିହାରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିବା ପରଠାରୁ ସେ ଏହି ମନ୍ଦିର ନିୟମିତ ଯାଉଛନ୍ତି। ଏବେ କିଛି ଦିନର ବିଶ୍ରାମ ପରେ ପୁଣ ଦଳରେ ସାମିଲ ହୋଇଥିବାରୁ ଏହି ମନ୍ଦିରକୁ ଯିବା ଭୁଲିନାହାନ୍ତି ଧୋନି।
ସେ ଗତ ବର୍ଷ ୱେଷ୍ଟ ଇଣ୍ଡିଜ୍ ଟି୨୦ ସିରିଜ୍ରେ ପ୍ରଥମେ ବାଦ୍ ପଡ଼ିଥିଲେ ଏବଂ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଏବଂ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ରୁ ମଧ୍ୟ ବାଦ୍ ପଡ଼ିଥିଲେ।
from Odisha Reporter http://bit.ly/2TutSVj
No comments:
Post a Comment