ଫେବୃଆରୀରେ ବକ୍ସ ଅଫିସ୍‌ରେ ଧମାଲ୍‌ କରିବେ ଏହି ସବୁ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ଫେବୃଆରୀରେ ବକ୍ସ ଅଫିସ୍‌ରେ ଧମାଲ୍‌ କରିବେ ଏହି ସବୁ ଫିଲ୍ମ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଏଥର ଫେବୃଆରୀ ମାସ ଫୁଲ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ହେବ। ମାସ ଆରମ୍ଭରେ ରିଲିଜ୍‌ ହେବ ଅନିଲ କପୁର ଓ ତାଙ୍କ ଝିଅ ସୋନମ କପୁରଙ୍କ ଅଭିନୀତ ଫିଲ୍ମ ‘ଏକ୍‌ ଲଡକି କୋ ଦେଖା ତୋ ଐସା ଲଗା’ ଓ ଫରହାନ ଅଖ୍‌ତର୍‌ଙ୍କ ଫିଲ୍ମ ‘ଫକିର ଅଫ୍‌ ବେନିସ୍‌’ ରିଲିଜ ହେବ। ଏହି ଦୁଇଟି ଫିଲ୍ମ୍‌ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ସିନେ କ୍ରିଟିକ୍‌ ଆଶା କରୁଛନ୍ତି।

‘ଏକ ଲଡକି କୋ ଦେଖା ତୋ ଐସା ଲଗା’ ଫିଲ୍ମ ରିଲିଜ ପୂର୍ବରୁ ଏହାର ଟ୍ରେଲର ବଲିଉଡ୍‌ରେ ଧମାଲ୍‌ ମଚାଉଛି। ଫିଲ୍ମର କାହାଣୀ ସମଲିଙ୍ଗୀ ସମ୍ପର୍କକୁ ନେଇ ତିଆରି ହୋଇଛି। ଏଥିସହ ରିଅଲ୍‌ ଲାଇଫ୍‌ର ବାପା-ଝିଅ ଯୋଡ଼ିଙ୍କୁ ପ୍ରଥମ ଥର ପାଇଁ ରିଲ୍‌ ଲାଇଫ୍‌ରେ ମଧ୍ୟ ବାପା-ଝିଅ ଭୂମିକାରେ ଦେଖିବାକୁ ମିଳିବ। ଦୀର୍ଘ ବ୍ୟବଧାନ ପରେ ଜୁହି ଚାୱଲା ମଧ୍ୟ ଏହି ଫିଲ୍ମ ଜରିଆରେ କମ୍‌ବ୍ୟାକ୍‌ କରୁଛନ୍ତି।

‘ଏକ ଲଡକି କୋ ଦେଖା ତୋ ଐସା ଲଗା’ ଫିଲ୍ମକୁ ବକ୍ସ ଅଫିସ୍‌ରେ ଟକ୍କର ଦେବ ‘ଫକିର ଅଫ୍‌ ବେନିସ୍‌’। ୨୦୦୯ରୁ ଏହି ଫିଲ୍ମ ନିର୍ମାଣ ହୋଇ ସାରିଥିଲେ ହେଁ କିଛି ବିବାଦ ଯୋଗୁ ଭାରତରେ ରିଲିଜ୍‌ ହୋଇ ପାରୁନଥିଲା। କିନ୍ତୁ ଏହା ବିଦେଶରେ ରିଲିଜ୍‌ ହୋଇସାରିଥିଲା। ଦୀର୍ଘ ୧୦ ବର୍ଷ ପରେ ରିଲିଜ୍‌ ହେଉଥିବାରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହିଛି।

‘ଫକିର ଅଫ୍‌ ବେନିସ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ସୁରାପୁର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍‌ ରହମାନ୍‌ ଓ ସାଗର ଦେଶାଇ। ଫିଲ୍ମରେ ଫରହାନ୍‌ ଅଖ୍‌ତର୍, ଅନୁ କପୁର ଓ କମଲ ସିନ୍ଧୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ସେହିପରି ଫେବୃଆରୀ ୧୪ ତାରିଖରେ ରଣବୀର ସିଂହ ଅଭିନୀତ ‘ଗଲି ବଏ’ ରିଲିଜ ହେବ। ଏହାଛଡ଼ା ମଲ୍ଟି ଷ୍ଟାରର୍ କମେଡି ଫିଲ୍ମ ‘ଟୋଟାଲ୍‌ ଧମାଲ’ ମଧ୍ୟ ସେହି ମାସରେ ଧମାଲ୍‌ ମଚାଇବ।



from Odisha Reporter http://bit.ly/2RYGYxL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages