
ଯାଜପୁର(ଗୁଲାମ ଗସ୍)ଅଭିନୟ ଉପାୟରେ ବୃଦ୍ଧା ଦମ୍ପତିଙ୍କଠୁ ସୁନା ଚେନ୍ ଲୁଟ୍। ୩ଜଣ ଦୁର୍ବୃତ୍ତ ବସ୍ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ନିଜକୁ ପୁଲିସ ଅଧିକାରୀ ପରିଚୟ ଦେଇ ସୁନା ଲୁଟି ନେଇଛନ୍ତି । ଘଟଣା ଘଟିଛି ଯାଜପୁର ରୋଡ୍ ଥାନା ଦଳା ଅଞ୍ଚଳରେ। ମିଳିଥିବା ଖବର ଅନୁସାରେ ଭଦ୍ରକ ଭଣ୍ଡାରୀ ପୋଖରୀ ଅଞ୍ଚଳର ବିଷ୍ଣୁଚରଣ ସୁତାର ଓ ତାଙ୍କ ସ୍ତ୍ରୀ ରମା ସୁତାର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।
ଆଜି ଘରକୁ ଫେରିବା ପାଇଁ ନିକଟସ୍ଥ ବସ୍ ଷ୍ଟପରେ ଛିଡ଼ା ହୋଇଥିଲେ। ଆଉ ସେହି ସମୟରେ ତିନିଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଦମ୍ପତ୍ତିଙ୍କ ସହ କଥା ହୋଇଥିଲେ। ପୁଲିସ ପରିଚୟ ଦେବା ସହ ଅଞ୍ଚଳରେ ସୁନା ଚୋରି ହେଉଛି କହି ସତର୍କ କରାଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ନିକଟରୁ ହିଁ ସୁନା ଚେନ୍ ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ।
from Odisha Reporter http://bit.ly/2CUM9o3
No comments:
Post a Comment