
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଶ୍ୱଗନ୍ଧା ହେଉଛି ଏକ ଆୟୁର୍ବେଦିକ ବନୌଷଧୀ। ଆୟୁର୍ବେଦରେ ଏହାକୁ ମହୌଷଧୀ ଭାବରେ ଗ୍ରହଣ କରାଯାଇଥାଏ। ଥାଇରଏଡ୍ ଓ ଶରୀରରେ ହର୍ମୋନ୍ ଅସନ୍ତୁଳନ ହେଲେ ଅଶ୍ୱଗନ୍ଧା ବ୍ୟବହାର ଲାଭପ୍ରଦ।
ଅଶ୍ୱଗନ୍ଧାରେ ରହିଛି ପ୍ରଚୁର ମାତ୍ରାରେ ପ୍ରୋଟିନ୍ କ୍ୟାଲସିୟମ ଏବଂ ଫସ୍ଫରସ୍। ଏହାର ମୂଳ, ଡାଳ ଏବଂ ପତ୍ରରୁ ଅମ୍ଳ ମଧ୍ୟ କ୍ଷରିତ ହୋଇଥାଏ। ଏତଦ୍ ବ୍ୟତୀତ ପ୍ରଚୁର ପରିମାଣର ଲୌହସାରରେ ପରିପୂର୍ଣ୍ଣ ହେଉଛି ଅଶ୍ୱଗନ୍ଧା।
ପ୍ରତି ଶହେ ଗ୍ରାମ୍ ଅଶ୍ୱଗନ୍ଧାରୁ ୭୮୯.୪ ମିଲିଗ୍ରାମ ଲୌହ ମିଳିଥାଏ । କୌଣସି ଲତା ବା ମୂଳରୁ ମିଳୁଥିବା ଲୌହ ଅପେକ୍ଷା ଏହା ଯଥେଷ୍ଟ ଅଧିକ । ଲୌହ ସହିତ ମୁକ୍ତ ଆମିନୋ ଏସିଡ୍ ମିଳୁଥିବାରୁ ଅଶ୍ୱଗନ୍ଧାରୁ ସର୍ବୋକୃଷ୍ଟ ହିମେଟେନିକ୍ ଟନିକ୍ ତିଆରି ହୋଇପାରୁଛି ।
ଭାରତର ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ହିମାଳୟର ପାଞ୍ଚ ହଜାର ଫୁଟ ଉଚ୍ଚରେ ଦେଖିବାକୁ ମିଳେ ଅଶ୍ୱଗନ୍ଧା । ଓଡିଶାର ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳଠାରେ ମଧ୍ୟ ଅଶ୍ୱଗନ୍ଧା ଗଛ ରହିଛି ।
ନିୟମିତ ଅଶ୍ୱଗନ୍ଧା ସେବନ କଲେ ନିଶା ସେବନରୁ ମୁକ୍ତି ମିଳିଥାଏ । ଏହା ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବିଶେଷ କରି ଅସୁସ୍ଥତା ଅନୁଭବ କରୁଥିବା ଲୋକ ନିୟମିତ ଅଶ୍ୱଗନ୍ଧା ସେବନ କଲେ ଭଲ । କେବଳ ଏତିକି ନୁହେଁ ଥଣ୍ଡା ଓ କାଶର ନିଦାନ ଭାବେ ଅଶ୍ୱଗନ୍ଧା କାର୍ଯ୍ୟ କରିଥାଏ ।
ସ୍ମରଣଶକ୍ତି ବୃଦ୍ଧିରେ ଅଶ୍ୱଗନ୍ଧା ବେଶ ସହାୟକ। ୭୬୦ ମିଲିଗ୍ରାମ ଅଶ୍ୱଗନ୍ଧା ସହିତ ଅନ୍ୟ ଏଗାରଟି ଚେର ମୂଳରେ ପ୍ରସ୍ତୁତ ଟନିକ୍କୁ ଦୈନିକ ଥରେ ସେବନ କଲେ ଅନେକ ଲାଭ ମିଳିଥାଏ। ମୋଟାମୋଟି ଭାବେ ଅଶ୍ୱଗନ୍ଧା ଚୁର୍ଣ୍ଣ ସେବନ କରିଲେ ମାନସିକ ସମସ୍ୟା ଦୂର ହୋଇଥାଏ ଏବଂ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।
ଟ୍ୟୁମର୍ ପାଇଁ ମଧ୍ୟ ଏହା ଉପକାରୀ। କର୍କଟ କୋଷ ବୃଦ୍ଧି ହେଉଥିଲେ ତାହାର ନିଦାନ ମଧ୍ୟ ଅଶ୍ୱଗନ୍ଧା । ଟ୍ୟୁମର ଓ ଟ୍ୟୁବର କୁଲୋସିସ୍ ରୋଗ ପାଇଁ ମଧ୍ୟ ଅଶ୍ୱଗନ୍ଧା ମହୌଷଧି ସଦୃଶ କାମ କରିଥାଏ ।
ଅଶ୍ୱଗନ୍ଧା ସେବନ କଲେ, ମସ୍ତିଷ୍କ ଥଣ୍ଡା ରୁହେ । ଏହା ନିଦ୍ରାକାରକ ବୋଲି କୁହାଯାଇଛି । ଅବସାଦ ବା କ୍ଲାନ୍ତି ଦୂର କରିବାକୁ ଡାକ୍ତରମାନେ ଏହାର ସେବନ ଲାଗି ପରାମର୍ଶ ଦେଇଥାନ୍ତି।
ପ୍ରତ୍ୟେହ ଏକ କପ୍ ଗରମ କ୍ଷୀରରେ ଦୁଇ ଚାମଚ ଅଶ୍ୱଗନ୍ଧା ଚୁର୍ଣ୍ଣ ମିଶାଇ ସେବନ କରିଲେ ତାହା ମାନସିକ ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଠିକ୍ ସେହିପରି ଗର୍ଭବତୀ ମହିଳାମାନେ ମଧ୍ୟ ଗର୍ଭାବସ୍ଥାରେ ଦିନକୁ ଦୁଇ ଥର ଲେଖାଏଁ ୬୦୦ ରୁ ୧୦୦୦ ମିଲିଗ୍ରାମ୍ ଯାଏଁ ଅଶ୍ୱଗନ୍ଧା ସେବନ କରିବାକୁ ପରାମର୍ଶ ଦିଆଯାଉଛି ।
ଅଶ୍ୱଗନ୍ଧାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ବେଳେ ବେଳେ ମାତ୍ରାଧିକ ସେବନ ଯୋଗୁଁ ଡାଇରିଆ, ବାନ୍ତି ଭଳି ସମସ୍ୟା ଦେଖାଦିଏ । ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।
from Odisha Reporter http://bit.ly/2BULfrn
No comments:
Post a Comment