କ୍ରିକେଟ୍‌ ଅଷ୍ଟ୍ରେଲିଆର ‘ଦିନିକିଆ ଅନ୍ତର୍ଜାତୀୟ ଟିମ୍‌’ରେ ବିରାଟ ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

କ୍ରିକେଟ୍‌ ଅଷ୍ଟ୍ରେଲିଆର ‘ଦିନିକିଆ ଅନ୍ତର୍ଜାତୀୟ ଟିମ୍‌’ରେ ବିରାଟ ଅଧିନାୟକ

viratrohit

ସିଡ୍‌ନୀ: ୨୦୧୮ ବର୍ଷଟି ଭାରତୀୟ କ୍ରିକେଟ୍ ଟିମ୍‌ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବେଶ୍ ଭଲ ଥିଲା। ଏହି ବର୍ଷ ସେ ଭଲ ପ୍ରଦର୍ଶନ କରି ସମସ୍ତଙ୍କୁ ବିମୁଗ୍ଧ କରିଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆ ବି ତାଙ୍କ ଦକ୍ଷତା ଓ ସଫଳତାକୁ ସମ୍ମାନ ଜଣାଇଛି। ସେଥିପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷଣା କରାଯାଇଥିବା ଦିନିକିଆ ଅନ୍ତର୍ଜାତୀୟ ଟିମ୍‌ରେ ବିରାଟଙ୍କୁ ଅଧିନାୟକ କରାଯାଇଛି। ୨୦୧୮ ବର୍ଷ ପାଇଁ ଏହି ଟିମ୍ ଘୋଷଣା କରାଯାଇଛି। ୨୦୧୮ର ପ୍ରଦର୍ଶନକୁ ଦେଖି ଏହି ଟିମ୍ ଘୋଷଣା କରାଯାଇଛି।

ବିରାଟଙ୍କ ସହିତ ରୋହିତ ଶର୍ମାଙ୍କୁ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଟିମ୍‌ରେ ସାମିଲ କରିଛି। ସେହିଭଳି ସ୍ପିନର କୁଲଦୀପ ଯାଦବ ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବି ଏଥିରେ ସ୍ଥାନ ପାଇଛନ୍ତି।

୨୦୧୮ରେ ବିରାଟ କୋହଲି ୧୪ଟି ଦିନିକିଆ ମ୍ୟାଚ୍ ଖେଳି ୧୨୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ଏଥି ମଧ୍ୟରେ ୬ଟି ଶତକ ଓ ତିନିଟି ଅର୍ଦ୍ଧଶତକ ରହିଥିଲା। ଗତବର୍ଷ ଦିନିକିଆରେ ସେ ବ୍ୟକ୍ତିଗତ ଭାବେ ସର୍ବାଧିକ ୧୬୦ ରନ୍ କରିଥିଲେ।

ରୋହିତ ଶର୍ମା ଗତବର୍ଷ ୧୯ଟି ଦିନିକିଆ ମ୍ୟାଚ୍ ଖେଳି ୧୦୩୦ ରନ୍ କରିଥିଲେ। ସେ ଗୋଟିଏ ମ୍ୟାଚ୍‌ରେ ୧୬୨ ରନ୍ କରିଥିଲେ। ଏହା ଥିଲା ଗତବର୍ଷ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର।

୨୦୧୮ରେ କୁଲଦୀପ ଯାଦବ ୪୫ଟି ୱିକେଟ୍ ନେଇଥିଲେ। ସେ ଗୋଟିଏ ମ୍ୟାଚ୍‌ରେ ୨୫ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ସେହିଭଳି ଯଶପ୍ରୀତ ବୁମ୍ରା ୩.୬୨ ଇକୋନୋମି ରେଟ୍‌ରେ ୧୩ଟି ମ୍ୟାଚ୍‌ରୁ ୨୨ଟି ୱିକେଟ୍ ନେଇଥିଲେ।

cricketକ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷଣା କରାଯାଇଥିବା ଦିନିକିଆ ଅନ୍ତର୍ଜାତୀୟ ଟିମ୍‌ରେ ଭାରତର ଏହି ୪ ଖେଳାଳିଙ୍କ ସହିତ ଇଂଲଣ୍ଡର ଜୋ ରୁଟ୍‌, ଜନି ବେୟାରଷ୍ଟୋ, ଜୋସ୍‌ ବଟ୍‌ଲର୍‌ (ୱିକେଟ୍ କିପର୍), ୱେଷ୍ଟଇଣ୍ଡିଜ୍‌ର ଶିମ୍‌ରୋନ୍ ହୈତ୍‌ମାୟର, ଶ୍ରୀଲଙ୍କାର ଥିସାରା ପେରେରା, ଆଫ୍‌ଗାନିସ୍ତାନ୍‌ର ରଶିଦ ଖାନ୍‌ ଓ ବାଂଲାଦେଶର ମୁସ୍ତାଫିଜୁର ରହମାନ୍‌ ପ୍ରମୁଖ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତ ତା’ର ଦିନିକିଆ ଅଭିଯାନ ଜାନୁଆରୀ ୧୨ ତାରିଖରୁ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ସିଡ୍‌ନୀରେ ଖେଳାଯିବ।



from Odisha Reporter http://bit.ly/2Szcvmg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages