
ନୂଆଦିଲ୍ଲୀ: ୨୦୦୭ ଟି୨୦ ବିଶ୍ୱକପ୍ ହେଉ କିମ୍ବା ୨୦୧୧ ଦିନିକିଆ ବିଶ୍ୱକପ୍ରେ ବିଜୟ, ୱିକେଟ୍ କିପିଂରେ କମାଲ୍ ହେଉ ବା ମ୍ୟାଚ ଫିନିଶ୍ କରିବାର କଳା, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅନନ୍ୟ ଦକ୍ଷତା କ୍ରିକେଟ୍ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି। ବର୍ତ୍ତମାନ ଟିମ ଇଣ୍ଡିଆର ପ୍ରାୟ ସମସ୍ତ ଖେଳାଳି ତାଙ୍କ ଅଧିନାୟକତ୍ୱ ସମୟର ହୋଇଥିବାରୁ ନୂଆ ପିଢ଼ିକୁ ତିଆରିବାରେ ତାଙ୍କର ପ୍ରମୁଖ ଭୂମିକା ଥିବା ଅସ୍ୱୀକାର କରିହେବନି।
କିନ୍ତୁ ବର୍ତ୍ତମାନ ଅଧିନାୟକ ଭୂମିକାରେ ବିରାଟଙ୍କ ଦକ୍ଷତା ଏବଂ ସଫଳତା ୩ଟି ଯାକ ଫର୍ମାଟ୍କୁ ବ୍ୟାପିଥିବାବେଳେ ଦଳର ନିୟମିତ ସଦସ୍ୟ କେଏଲ୍ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା କିନ୍ତୁ ଧୋନିଙ୍କୁ ହିଁ ସେମାନଙ୍କ ପ୍ରିୟ କ୍ୟାପଟେନ ଭାବେ ବାଛିଛନ୍ତି। ଏକ ଲୋକପ୍ରିୟ ଟିଭି ଶୋ’ରେ ସେମାନଙ୍କର ଏଭଳି ଖୋଲା ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟିଭି ଶୋ’ ହୋଷ୍ଟ କରନ୍ ଜୋହର ସେମାନଙ୍କୁ କିଏ ସବୁଠୁ ଭଲ ଅଧିନାୟକ ବୋଲି ପଚାରିବାରୁ ସେମାନେ ଏପରି କହିଥିଲେ।
ପାଣ୍ଡ୍ୟା କହିଥିଲେ, ଏମ୍ଏସ୍ ଧୋନି ଏଥିପାଇଁ ଭଲ ଯେ ତାଙ୍କ ଅଧିନାୟକତ୍ୱରେ ମୁଁ ମୋର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲି। ଅନ୍ୟପକ୍ଷରେ ରାହୁଲ କହିଥିଲେ, ସଫଳତାର ଲମ୍ବା ରେକର୍ଡ କଥା ଦେଖିଲେ ମୁଁ ଧୋନିଙ୍କୁ ହିଁ ବାଛିବି।
ବ୍ୟକ୍ତିଗତ ଭାବେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଟିମ ଇଣ୍ଡିଆକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଜିତାଇବାରେ ସଫଳ ହୋଇଛନ୍ତି। ଏପରିକି ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇବାରେ ସେ ସକ୍ଷମ ହୋଇଛନ୍ତି।
ଅନ୍ୟପକ୍ଷରେ କାହାକୁ ‘ଥେରାପି’ ଅଧିକ ଦରକାର ହେଉଛି ପଚରାଯିବାରୁ ଲୋକେଶ ଉତ୍ତର ଦେଇଥିଲେ, କୋହଲି। କାରଣ ସେ କେବେ ଛୁଟି ନେବା ମୁଡ୍ରେ ରହୁନାହାନ୍ତି ବୋଲି ସେ କହିଛନ୍ତି। ଲୋକେଶ କୋହଲିଙ୍କୁ ବାରମ୍ବାର ବିଶ୍ରାମ ନେବାକୁ କହୁଥିଲେ ମଧ୍ୟ ସେ ସବୁବେଳେ କାମ, କାମ ଏବଂ କାମ ବାବଦରେ ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି। ବିରାଟ ଡ୍ରେସିଂ ରୁମ୍ର ଶ୍ରେଷ୍ଠ ରୋମାଣ୍ଟିକ୍ ଓ ମଜାଳିଆ ଖେଳାଳି ବୋଲି ମଧ୍ୟ ଲୋକେଶ କହିଛନ୍ତି।
from Odisha Reporter http://bit.ly/2Rws80p
No comments:
Post a Comment