ବିରାଟ କହିଲେ ତାଙ୍କ ପାଇଁ କ୍ରିକେଟ୍‌ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ବିରାଟ କହିଲେ ତାଙ୍କ ପାଇଁ କ୍ରିକେଟ୍‌ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ

ମେଲବର୍ଣ୍ଣ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ ଦୁନିଆର ପ୍ରତିଟି ଫର୍ମାଟ୍‌ରେ ବ୍ୟକ୍ତିଗତ ପ୍ରଦର୍ଶନ ଏବଂ ଅଧିନାୟକତ୍ୱର ଶ୍ରେଷ୍ଠତା ପ୍ରଦର୍ଶନ କରିଆସିଛନ୍ତି। ତାଙ୍କ ଭିତରେ ଥିବା ରନ୍‌ ଭୋକ ପାଇଁ ସେ ଅନେକ କ୍ରିକେଟ୍‌ କିମ୍ବଦନ୍ତୀଙ୍କୁ ପଛରେ ପକାଇବା ସହିତ ଖୁବ୍‌ କମ୍‌ ଦିନରେ ସମସ୍ତ ରେକର୍ଡର ଅଧିକାରୀ ହେବାର ଦକ୍ଷତା ରଖିଛନ୍ତି।

ଏପରକି ୬୪ଟି ଅନ୍ତର୍ଜାତୀୟ ଶତକ କରିସାରିଥିବା ବିରାଟ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ୧୦୦ ଶତକ ମଧ୍ୟ ଭାଙ୍ଗିପାରିବେ ତା’ପୁଣ କମ୍‌ ମ୍ୟାଚ୍‌ ଖେଳି ହାସଲ କରିପାରିବେ ବୋଲି କ୍ରିକେଟ୍‌ ପଣ୍ଡିତ ମାନେ ମତ ଦିଅନ୍ତି। କିନ୍ତୁ କ୍ରିକେଟ୍‌ ଓ ଜୀବନ ବାବଦରେ ସେ ବଡ଼ ଜଟିଳ ଉତ୍ତର ରଖିଛନ୍ତି।

ତାଙ୍କୁ ଯେତେବେଳେ ପଚରାଗଲା ଅବସର ନେବାପରେ କ’ଣ କରିବେ ସେ କହିଛନ୍ତି, “୮ ବର୍ଷ ହେଲା ଖେଳୁଛି, ପରିବାରକୁ ହିଁ ପ୍ରାଥମିକତା ଦେବି। ମୋ ପ୍ରାଥମିକତା ସେତେବେଳକୁ ମୁଁ, ଅନୁଷ୍କା ଏବଂ ପରିବାର ଭିତରେ ସୀମିତ ରହିବ। କ୍ରିକେଟ୍‌ ମୋ ଜୀବନର ଅଭିନ୍ନ ଅଙ୍ଗ, କିନ୍ତୁ ପରିବାରକୁ ହିଁ ପ୍ରାଥମିକତା ମିଳିବା ଦରକାର ବୋଲି ମୁଁ ଭାବେ। କାରଣ ଜୀବନଠାରୁ ବଡ଼ କିଛି ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, ମାନୁଛି ଯେ ସବୁ ଘଟଣାକୁ ବହୁତ ଗୁରୁତ୍ୱର ସହିତ ନିଅନ୍ତି ଏବଂ କୁହନ୍ତି ଯଦି ତୁମେ କ୍ରିକେଟ୍‌କୁ ଗୁରୁତ୍ୱର ସହିତ ନେଉନ, ତାହାଲେ ତୁମେ ସଂକଳ୍ପବଦ୍ଧ ନୁହେଁ, ମୁଁ ଏଥିରେ ବିଶ୍ୱାସ କରେନା। ମୁଁ ଏବେ ତାହା କରିପାରୁଛି, ତାହା ହିଁ ବଡ଼ କଥା। କିନ୍ତୁ ଦିନେ ସେସବୁ ସରିଯିବ। ୮ ବର୍ଷ ହେଇଗଲାଣି, ମୁଁ ଭାବୁଛି ତା’ପରେ ପରିବାର ଉପରେ ହିଁ ବେଶୀ ନଜର ଦେବି।



from Odisha Reporter http://bit.ly/2W7d7lt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages