
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ସବୁ ଦିଗରୁ ପ୍ରେରଣା ଦିଏ। ମୟୂରଭଞ୍ଜର କୌଣସି ଜିନିଷକୁ ନାପସନ୍ଦ କରାଯାଇ ପାରିବ ନାହିଁ। ଆତ୍ମୀୟତା, ସ୍ନେହ, ଶ୍ରଦ୍ଧା ଓ ସଂସ୍କୃତିର ନାଁ ମୟୂରଭଞ୍ଜ ବୋଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ଅଷ୍ଟମ ମୟୂରଭଞ୍ଜ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି-“ଆଜି ଭୌତିକ ଯୁଗରେ ସଭ୍ୟତା ସମ୍ପନ୍ନତାର ଶୀର୍ଷକୁ ଯାଉଛି। କିନ୍ତୁ ସମାଜରେ ମଣିଷପଣିଆ ଧୀରେ ଧୀରେ କମିକମି ଯାଉଛିା ତଥାପି ସବୁ ଘାତ ପ୍ରତିଘାତ ଭିତରେ ମଣିଷପଣିଆକୁ ମୟୂରଭଞ୍ଜ ଜିଲ୍ଲା ଜୀବିତ ରଖିଛି।”
ସେ କହିଛନ୍ତି-“ମୟୂରଭଞ୍ଜକୁ କେବେ ଭୁଲିବା ଉଚିତ ନୁହେଁ। ଲଡୁ, ଆରିସା ପିଠା, କାକରା ଓ ମୁଢ଼ି଼ ଏହାରି ଭିତରେ ମୟୂରଭଞ୍ଜର ଆତ୍ମୀୟତା ରହିଛି। ଯଦି ଗୁଜରାଟର ଖାକରା ଆମେରିକା ଯାଇପାରୁଛି, ତେବେ ମୟୂରଭଞ୍ଜର ମୁଢ଼ି ପ୍ୟାକ ହୋଇ ୟୁରୋପକୁ ବିକ୍ରି ହେବାକୁ ଯାଇପାରିବ ନାହିଁ କାହିଁକି” ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ।

from Odisha Reporter http://bit.ly/2QWOF2l
No comments:
Post a Comment