
ମୁମ୍ବାଇ: ଫିଲ୍ମ Why Cheat India ରିଲିଜ୍ ପୂର୍ବରୁ କିସିଂ କିଙ୍ଗ୍ ଇମ୍ରାନ୍ ହାସ୍ମି ନିଜ ଫ୍ୟାନ୍ଙ୍କ ସହ ଏକ ଖୁସି ଖବର ଶେଆର କରିଛନ୍ତି। ତାଙ୍କର ୯ ବର୍ଷର ପୁଅ ଆୟାନ୍ ଦୀର୍ଘ ୫ ବର୍ଷ ଧରି କର୍କଟ ରୋଗ ସହ ଲଢ଼େଇ କରିବା ପରେ ଶେଷରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି। ପୂରା ୫ ବର୍ଷର ସଂଘର୍ଷ ପରେ ନିଜ ପୁଅକୁ କକର୍ଟ ମୁକ୍ତ ବୋଲି ଟ୍ୱିଟର ହ୍ୟାଣ୍ଡେଲରେ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।
ସେ ଲେଖିଛନ୍ତି, ‘‘୫ ବର୍ଷ ପରେ ଆଜି ଆୟନଙ୍କୁ କର୍କଟ ରୋଗରୁ ମୁକ୍ତି ମିଳିଛି। ଏହା ଏକ ଯାତ୍ରା ଥିଲା। ଆପଣମାନଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ। ସମସ୍ତ କର୍କଟ ପୀଡ଼ିତଙ୍କ ପାଇଁ ମୋର ଭଲପାଇବା ଓ ପ୍ରାର୍ଥନା। ଆଶା ଓ ବିଶ୍ୱାସ ରଖନ୍ତୁ। ଆପଣ ନିଶ୍ଚିତ ଏକ ଲମ୍ବା ଓ ନିରୋଗ ଜୀବନ ଜିଇଁ ପାରିବ। ଆପଣ ଏହି ଲଢ଼େଇକୁ ନିଶ୍ଚୟ ଜିତିବେ।’’
ଏଭଳି ଭାବପ୍ରବଣ ଟ୍ୱିଟ୍ ସହ ଇମ୍ରାନ୍ ତାଙ୍କ ପୁଅର କିଛି ଫୋଟ ମଧ୍ୟ ଶେଆର କରିଛନ୍ତି।
ଇମ୍ରାନଙ୍କ ପୁଅ ଆୟାନ ୨୦୧୦ ମସିହାରେ ଜନ୍ମ ହୋଇଥିଲେ। କିନ୍ତୁ ୨୦୧୪ ମସିହାରେ ଆୟାନକୁ କର୍କଟ ହୋଇଥିବା ଜଣାପଡ଼ିଥିଲା। ତା’ପରେ ଇମ୍ରାନ ବଲିଉଡ୍ରୁ ବିଦାୟ ନେଇ ନିଜ ପୁଅର ଚିକିତ୍ସା କରାଇଥିଲେ।
Today, 5 years after his diagnosis Ayaan has been declared cancer free. It has been quite a journey. Thank you for all your prayers and wishes. Love and prayers for all the cancer fighters out there, hope and belief goes a long way. You can WIN this battle !!! #thekissoflife pic.twitter.com/sp3gySFjbS
— WHY Emraan Hashmi (@emraanhashmi) January 14, 2019
ସେହି ସମୟରେ ଇମ୍ରାନ୍ ଏକ ବହିବି ଲେଖିଛନ୍ତି ଯହାର ନାଁ ହେଉଛି, ‘The Kiss of Life: How A Superhero and My Son Defeated Cancer’ ।
ଏହି ପୁସ୍ତକଟି ସେ ଇମ୍ରାନ୍ ବିଲାଲ୍ ସିଦ୍ଦିକିଙ୍କ ସହ ମିଶି ଲେଖିଛନ୍ତି। ବହିଟି ତାଙ୍କ ପୁଅର କର୍କଟ ରୋଗ ସହ ଲଢ଼ିବାର କାହାଣୀ ଉପରେ ପର୍ଯ୍ୟବେଶିତ। ଇମ୍ରାନ୍ ଖୁବ୍ଶୀଘ୍ର ଫିଲ୍ମ Why Cheat India ରେ ନଜର ଆସିବେ। ଏହି ଫିଲ୍ମ ଶୁକ୍ରବାର ଦିନ ରିଲିଜ୍ ହେବ।
from Odisha Reporter http://bit.ly/2Fu63Kh
No comments:
Post a Comment