ଅଡ଼ୁଆରେ ପାଣ୍ଡ୍ୟା ଓ ରାହୁଲ, ବିସିସିଆଇ ପଠାଇଲା ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ଅଡ଼ୁଆରେ ପାଣ୍ଡ୍ୟା ଓ ରାହୁଲ, ବିସିସିଆଇ ପଠାଇଲା ନୋଟିସ୍‌

ନୂଆଦିଲ୍ଲୀ: ଟିଭି ଶୋ’ରେ ଅରୁଚିକର ମନ୍ତବ୍ୟ ଦେବା ଏବେ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି।

ଟିଭ୍‌ରେ ପ୍ରସାରିତ ହେଉଥିବା କରନ ଜୋହରଙ୍କ ଟକ୍‌ ଶୋ’ରେ ମହିଳାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ରାହୁଲ ଏବଂ ପାଣ୍ଡ୍ୟାଙ୍କୁ ବିସିସିଆଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି।

ଏହାର ଜବାବ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉଭୟ ଦେବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି। ରାହୁଲ ଓ ପାଣ୍ଡ୍ୟାଙ୍କ ଏଭଳି କାରନାମା ପାଇଁ ବିସିସିଆଇ ଟିଭିର କୌଣସି ଶୋ’ରେ ଖେଳାଳିଙ୍କୁ ଆଉ ଅଂଶଗ୍ରହଣ ଅନୁମତି ଦେବ ନାହିଁ ବୋଲି ବିଚାର ବିମର୍ଶ ଆରମ୍ଭ କରିଛି।

‘କଫି ୱିଥ୍‌ କରନ୍‌’ରେ ଯୋଗଦେଇ ପାଣ୍ଡ୍ୟା ଦେଇଥିବା ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିବାଦ ହେବାରୁ ପାଣ୍ଡ୍ୟା ଆଜି କ୍ଷମା ମାଗିଥିଲେ। କିନ୍ତୁ ପାଣ୍ଡ୍ୟାଙ୍କ କ୍ଷମା ପ୍ରାର୍ଥନା ବିସିସିଆଇକୁ ସନ୍ତୁଷ୍ଟ କରିପାରି ନଥିଲା। ସେହିପରି ରାହୁଲ ଏଯାଏ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ବିସିସିଆଇକୁ ପରିଚାଳନା କରୁଥିବା ସିଓଏ ଅଧ୍ୟକ୍ଷ ବିନୋଦ ରାଏ କହିଛନ୍ତି, “ ଆମେ ଉଭୟ ରାହୁଲ ଏବଂ ପାଣ୍ଡ୍ୟାଙ୍କୁ ଅରୁଚିକର ମନ୍ତବ୍ୟ ପାଇଁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛୁ। ଏହାର ଜବାବ ଦେବାକୁ ଉଭୟଙ୍କୁ ୨୪ ଘଣ୍ଟାର ମହଲତ ଦିଆଯାଇଛି। ଏଥିସହ ଆଗକୁ କୌଣସି ଖେଳାଳି ଏଭଳି ଶୋ’କୁ ଯିବେ କି ନାହିଁ, ତା’ର ମଧ୍ୟ ସମୀକ୍ଷା କରାଯାଉଛି।

କଫି ୱିଥ୍‌ କରନ୍‌ରେ ପାଣ୍ଡ୍ୟା କହିଥିବା ବିଭିନ୍ନ କଥା ମଧ୍ୟରୁ ଗୋଟିଏ ଥିଲା, ସେ ବିଭିନ୍ନ ମହିଳାଙ୍କ ସହିତ ସମୟ ବିତାଇଛନ୍ତି ଏବଂ ପ୍ରଥମ ଥର ‘ଭର୍ଜିନିଟି’ ହରାଇବା ଦିନ ସେ ବାପା ମା’ଙ୍କୁ ମଧ୍ୟ ଜଣାଇଥିଲେ ବୋଲି ଏହି ଶୋ’ରେ କହିଥିଲେ। ସେ ଖୋଲାଖୋଲି ଭାବରେ କହିଥିଲେ, ମୁଁ ବାପା ମା’ଙ୍କୁ ସେହିଦିନ ହିଁ ଜଣାଇଥିଲି ମୁଁ କଣ କରିଥିଲି।“



from Odisha Reporter http://bit.ly/2QvMJNT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages