ମନ୍ତ୍ରିମଣ୍ଡଳ ଅଦଳବଦଳ ଏବେ ନୁହେଁ : ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ମନ୍ତ୍ରିମଣ୍ଡଳ ଅଦଳବଦଳ ଏବେ ନୁହେଁ : ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳକୁ ନେଇ ଚାଲିଥିବା ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପିପିଲି ଗଣଦୁଷ୍କର୍ମ ମାମଲାରେ ମହିଳାବିରୋଧୀ ବୟାନ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବା ପରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଏହି ଚର୍ଚ୍ଚା ଜୋରଦାର କରାଯାଇଥିଲା।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ କୌଣସି ଚିନ୍ତା କରାଯାଇନି।” ଉଲ୍ଲେଖଯୋଗ୍ୟ ଗତ କିଛିଦିନ ଧରି ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଚାପ ପକାଉଥିଲା। ମନ୍ତ୍ରିମଣ୍ଡଳରେ ବିଭିନ୍ନ କାରଣରୁ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମହେଶ୍ୱର ମହାନ୍ତି ଓ ପ୍ରଦୀପ ମହାରଥୀ ବିବାଦୀୟ ହୋଇପଡ଼ିଥିବାରୁ ଗଣମାଧ୍ୟମରେ ପ୍ରାୟୋଜିତ ଖବର ପ୍ରକାଶିତ କରି ଏହି ଗୋଷ୍ଠୀ ପୁଣିଥରେ ମନ୍ତ୍ରିମଣ୍ଡଳକୁ ଫେରିବାକୁ ଚାହୁଁଥିଲା। କିନ୍ତୁ ନବୀନଙ୍କ ଏହି ମନ୍ତବ୍ୟ ସେହି ଗୋଷ୍ଠୀର ଉଦ୍ୟମକୁ ଫିକା କରିଛି।

ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ମାସରେ ଡାକ୍ତର ଦାମୋଦର ରାଉତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ହେବାପରଠୁ ମନ୍ତ୍ରିମଣ୍ଡଳରେ ୨ଟି ପଦବୀ ଖାଲି ପଡ଼ିଥିଲା। ନିୟମ ଅନୁସାରେ ମନ୍ତ୍ରିମଣ୍ଡଳରେ ନବୀନଙ୍କୁ ମିଶାଇ ୨୨ଜଣ ମନ୍ତ୍ରୀ ରହିବାର ପ୍ରାବଧାନ ରହିଛି । କିନ୍ତୁ ୨୦୧୭ ଅଗଷ୍ଟ ମାସରେ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ନବୀନ ଗୋଟିଏ ପଦ ଖାଲି ରଖିଥିଲେ। ଗତ ସପ୍ତାହରେ ମହାରଥୀଙ୍କ ଇସ୍ତଫା ଯୋଗୁ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ବିଧାନସଭା ଓ ଲୋକସଭା ଭୋଟ୍ ପାଇଁ ନିର୍ବାଚନ ଆଚରଣ ବିଧି ସମ୍ଭବତଃ ଫେବୃୟାରୀ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହେବାର ସମ୍ଭାବନା ରହିଛି। ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବାରୁ ମାସକ ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରି ନବୀନ ଦଳ ଭିତରେ ଆଉ ଏକ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁନଥିବା ଚର୍ଚ୍ଚା।



from Odisha Reporter http://bit.ly/2VHShcb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages