ବିରୋଧୀଙ୍କ ମହାମେଳିରେ ଯୋଗ ଦେଲେନି ନବୀନ, କେସିଆର ଓ ଜଗନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ବିରୋଧୀଙ୍କ ମହାମେଳିରେ ଯୋଗ ଦେଲେନି ନବୀନ, କେସିଆର ଓ ଜଗନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ମହାମେଳି କରିଛନ୍ତି ବିରୋଧୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ କୋଲକାତାରେ ଆୟୋଜିତ ୟୁନାଇଟେଡ୍ ଇଣ୍ଡିଆ ରାଲିରେ ଏକାଠି ହୋଇଛନ୍ତି ୨୩ଟି ରାଜନୈତିକ ଦଳ। ଏଥିସହିତ ମମତା ମହାଗଠବନ୍ଧନର ନେତୃତ୍ୱ ନେବାର ସଙ୍କେତ ମିଳୁଛି। ଏହି ମହାରାଲିରେ କିନ୍ତୁ ବିଜେଡି ସମେତ ଏଆଇଏଡିଏମକେ, ଟିଆରଏସ ୱାଇଏସଆର କଂଗ୍ରେସ ଓ ବାମ ଦଳ ଯୋଗଦେଇ ନାହାନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକରାରେ ଆଜି ଅନୁଷ୍ଠିତ ୟୁନାଇଟେଡ୍ ଇଣ୍ଡିଆ ରାଲିରେ ଏକାଠି ହୋଇଥିଲେ ତିନି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଅରବିନ୍ଦ କେଜିଓ୍ୱାଲ ଓ ଏଚ୍.ଡି. କୁମାରସ୍ୱାମୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡା, ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଓମାର ଅବଦୁଲ୍ଲା ଓ ଫାରୁକ୍ ଅବଦୁଲ୍ଲା ଏବଂ ଡିଏମ୍‌କେ ସୁପ୍ରିମୋ ଷ୍ଟାଲିନ୍। ତା’ସହ ଯଶବନ୍ତ ସିହ୍ନା, ଅରୁଣ ସୌରୀ, ଶତ୍ରୁଘ୍ନ ସିହ୍ନାଙ୍କ ଭଳି ନେତା ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବର୍ଷିଥିଲେ। ରାହୁଲ ଗାନ୍ଧି ଓ ବିଏସପି ସୁପ୍ରିମୋ ମାୟାବତୀ ଏହି ସମାବେଶରେ ଯୋଗ ଦେଇନଥିଲେ ମଧ୍ୟ ସେମାନଙ୍କ ପ୍ରତିନିଧି ପଠାଇଥିଲେ।

ସେପଟେ ଦାଦ୍ରା ନଗରହାବେଲୀ ରାଜଧାନୀ ସିଲଭାସାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ମେଳି ମୋ ବିରୋଧରେ ନୁହେଁ, ବରଂ ଜନତାଙ୍କ ବିରୋଧରେ।

ଯୁନାଇଟେଡ୍ ଇଣ୍ଡିଆ ରାଲିରେ ସାମିଲ ହୋଇନାହାନ୍ତି ଏଆଇଏଡିଏମକେ, ଟିଆରଏସ ୱାଇଏସଆର କଂଗ୍ରେସ ଓ ବାମ ଦଳ। ଜାନୁୟାରୀ ୯ରେ ମହମେଣ୍ଟରେ ବିଜେଡି ସାମିଲ ହେବ ନାହିଁ ବୋଲି ଦଳ ପକ୍ଷରୁ ଆଗରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ତେଣୁ ବିଜେଡିକୁ ନିମନ୍ତ୍ରଣ କରିନାହାନ୍ତି ମମତା। ତେବେ କାହିଁକି ବିଜେଡିର ଏଭଳି ଆଭିମୁଖ୍ୟ? ପ୍ରକୃତରେ ବିଜେଡି କହୁଥିବା ସମଦୂରତା ପଲିସି ଯୋଗୁ ନା ମୋଦିଙ୍କୁ ସହାୟତା ଦେବା ପାଇଁ ଏହା ଏକ ଷ୍ଟ୍ରାଟେଜି? କାରଣ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେଉ କି ସଂସଦରେ ବିଭିନ୍ନ ବିଲ୍ ଆଗତ ବେଳେ ବିଜେଡି କେନ୍ଦ୍ର ସରକାରଙ୍କୁ ସୁହାଇଲା ଭଳି ଆଭିମୁଖ୍ୟ ରଖିଆସିଛି। ତା’ଛଡ଼ା ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ସମୟରେ ମଧ୍ୟ ନବୀନଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏସବୁକୁ ପ୍ରସଙ୍ଗ ଓ ମମତାଙ୍କ ରାଲିରେ ବିଜେଡି ଯୋଗ ନଦେବାକୁ ନେଇ ପୁଣି ଥରେ ବିଜେଡି ଓ ବିଜେପିର ଭିତିରି ସଂପର୍କ ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି-“ଆମର କଂଗ୍ରେସ ସହିତ ମିଶିଛୁ ବୋଲି ବିଭିନ୍ନ ସମୟରେ ବିଜେପି ଅଭିଯୋଗ କରୁଛି। ଠିକ୍‌ ସେମିତି କଂଗ୍ରେସ ମଧ୍ୟ ଆକ୍ଷେପ କରୁଛି। କିନ୍ତୁ ଆମେ କାହାକୁ ସମର୍ଥନ ଦେଉନୁ। ଆମେ ଦୁଇ ଦଳଠାରୁ ସମାନ ଦୂରତା ଅବଲମ୍ୱନ କରୁଛୁ।”



from Odisha Reporter http://bit.ly/2MlM2pZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages