
ଇସ୍ଲାମାବାଦ୍: ଗତ ୫ ବର୍ଷରେ ପାକିସ୍ତାନ ଚୀନ୍କୁ ୧୦୦ ଟନ୍ରୁ ଅଧିକ ମଣିଷ କେଶ ବା ଚୁଟି ରପ୍ତାନୀ କରିଛି। ଏହାର ମୂଲ୍ୟ ୧,୩୨,୦୦୦ ଡଲାର ହେବ। ପାକିସ୍ତାନର କମର୍ସ ଆଣ୍ଡ ଟେକ୍ସଟାଇଲ୍ ମିନିଷ୍ଟ୍ରି ସଂସଦରେ ଏହି ତଥ୍ୟ ରଖି ଜଣାଇଛି ଯେ ଏଯାଏ ମୋଟ ୧୦୫.୪୬୧ ଟନ୍ ଓଜନର ମଣିଷ କେଶ ପଠାଯାଇସରିଲାଣି।
ଚୀନ୍ରେ ମେକ୍ଅପ୍ ଇଣ୍ଡଷ୍ଟ୍ରୀର ଉତ୍ଥାନ ଫଳରେ ଚୁଟିର ଚାହିଦା ବଢ଼ିଛି। ଏପରି ଚାହିଦା ବଢ଼ିବାର ଅନ୍ୟ କାରଣ ହେଉଛି, ବର୍ତ୍ତମାନ ୱିଗ୍ ପିନ୍ଧିବା ଏକ ନୂଆ ଫ୍ୟାଶନ୍ ପାଲଟିଛି। ଏତଦ୍ବ୍ୟତୀତ ଚୀନରେ ଚୁଟି ଉତ୍ପାଦନ ଆଶାତୀତ ହ୍ରାସ ପାଇବା ଏହାର ଅନ୍ୟତମ କାରଣ।
ପୂର୍ବରୁ ଚୀନରେ ସ୍ଥାନୀୟ ବଜାରରେ ଉପଲବ୍ଧ ଚୁଟିରୁ ହିଁ ନକଲି କେଶ, ନିଶ, ଦାଢ଼ି ଏବଂ ୱିଗ୍ସ ତିଆରୀ ହେଉଥିଲା। କିନ୍ତୁ ବର୍ତ୍ତମାନ ଏ ସ୍ଥିତିରେ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ହେୟର୍ କଟିଂ ସେଲୁନ୍ରେ ଏଭଳି ୱିଗ୍ ସବୁ କେଜି ପିଛା ୫ ହଜାରରୁ ୬ ହଜାର ଟଙ୍କାରେ ମିଳିଯାଉଛି। ଉଚ୍ଚ ମାନର କେଶ ଆମେରିକା ଓ ଜାପାନ୍ ଯାଉଛି। କାରଣ ସେଠାରେ ଏସବୁର ଚାହିଦା ଓ ଦାମ ବେଶ୍ ଅଧିକ। ସେଠାକାର ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ଏହି ଟ୍ରେଣ୍ଡର ବ୍ୟାପକତା ଏହାର ମୁଖ୍ୟ କାରଣ।
from Odisha Reporter http://bit.ly/2sAc8wk
No comments:
Post a Comment