
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜିକାଲି ବଦଳୁଥିବା ଫ୍ୟାଶନ୍ ଟ୍ରେଣ୍ଡ ଅନୁଯାୟୀ, ବଜାରକୁ ଭିନ୍ନ ଭିନ୍ନ ରକମର ଜିନ୍ସ ଆସୁଛି। ଛୋଟଠୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଜିନ୍ସ ପିନ୍ଧିବାକୁ ଭଲ ପାଉଛନ୍ତି। ହେଲେ ଆପଣଙ୍କ ମନପସନ୍ଦର ଜିନ୍ସ ପ୍ୟାଣ୍ଟକୁ ଠିକ୍ ଭାବେ ସଫା ନ କରି ପାରିବା ଯୋଗୁ ଏହାର ରଙ୍ଗ ଉଡ଼ି ଯାଉଛି ବା ଏହା ଶୀଘ୍ର ଖରାପ ହୋଇଯାଉଛି। ଆଜି ଆମେ ଆପଣଙ୍କୁ କିଛି ଉପାୟ ବତାଇବୁ. ଯାହା ଆପଣାଇଲେ ଆପଣଙ୍କ ଜିନ୍ସ ସବୁବେଳେ ନୂଆ ପରି ଦିଶିବ।
୧. ଯଦି ଆପଣ ୱାଶିଂ ମ୍ୟାସିନ୍ରେ ଜିନ୍ସ ଧୋଉଛନ୍ତି, ତେବେ ମ୍ୟାସିନ୍କୁ ଜେଣ୍ଟଲ୍ ମୋଡ୍ରେ ରଖନ୍ତୁ। ଏହା ଦ୍ୱାରା ଜିନ୍ସରୁ ବେଶୀ ରଙ୍ଗ ଛାଡ଼ିବ ନାହିଁ।
୨. ଜିନ୍ସ ଧୋଇବାକୁ ସବୁବେଳେ ମାଇଲ୍ଡ ଡିଟରଜିଣ୍ଟ୍ ବ୍ୟବହାର କରନ୍ତୁ। ବ୍ଲିଚିଂ ଓ ଅଧିକ କାଷ୍ଟିକ୍ ସୋଡ଼ା ଥିବା ଡିଟରଜିଣ୍ଟ୍ରେ ଜିନ୍ସ ପ୍ୟାଣ୍ଟ ଧୁଅନ୍ତୁ ନାହିଁ। ନଚେତ ଆପଣଙ୍କ ଜିନ୍ସ ଶୀଘ୍ର ଖରାପ ହୋଇଯିବ।
୩. ଜିନ୍ସ ଧୋଇବା ପାଇଁ ଥଣ୍ଡା ପାଣି କିମ୍ବା ଉଷୁମ ପାଣିର ହିଁ ବ୍ୟବହାର କରନ୍ତୁ। କେବେ ହେଲେ ଜିନ୍ସ ପ୍ୟାଣ୍ଟକୁ ଅତ୍ୟଧିକ ଗରମ ପାଣିରେ ଧୋଇବେ ନାହିଁ। କାରଣ ଏହାର ରଙ୍ଗ ଖୁବ୍ ଶୀଘ୍ର ଫିକା ପଡ଼ିଯିବ।
୪. ଜିନ୍ସକୁ ୱାଶିଂ ମ୍ୟାସିନ୍ରେ ପକାଇବା ପୂର୍ବରୁ ଏହାକୁ ଓଲଟାଇ ଦିଅନ୍ତୁ। ଏହାପରେ ମ୍ୟାସିନ୍ରେ ପକାଇ ଧୁଅନ୍ତୁ। ଏପରି କଲେ ଜିନ୍ସ ଶୀଘ୍ର ଖରାପ ହେବ ନାହିଁ।
୫. ଜିନ୍ସ ପ୍ୟାଣ୍ଟକୁ ଅଧିକ ସଫା କରନ୍ତୁ ନାହିଁ। ଯେତେବେଳେ ଏହା ଅଧିକ ମଇଳା ହୋଇଯାଉଛି, ସେତେବଳେ ହିଁ ଧୁଅନ୍ତୁ ଓ ସବୁ କପଡ଼ାରୁ ଅଲଗା କରି ଧୁଅନ୍ତୁ। ଏହାଦ୍ୱାରା ଏଥିରେ ଅଲଗା ରଙ୍ଗ ଲାଗିବ ନାହିଁ କି ଜିନ୍ସର ଚମକ ଫିକା ପଡ଼ିବ ନାହିଁ।
from Odisha Reporter http://bit.ly/2C9KhHI
No comments:
Post a Comment